Pratidin TV

Odisha's Digital News Platform

ପାଗଳ କୁକୁର ଆତଙ୍କରେ ଆତଙ୍କିତ ବସ୍ତି ବାସିନ୍ଦା , ୧୧ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲାଣି ।

1 min read

ସୁନ୍ଦରଗଡ ; ପାଗଳ କୁକୁରର ଆତଙ୍କରେ ଆତଙ୍କିତ ବସ୍ତି ବାସିନ୍ଦା। ୧୧ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା । ଭୟର ବାତାବରଣ ଯୋଗୁଁ ହାତରେ ଠେଙ୍ଗା ଧରି ବୁଲିଲେ ସାହିଲୋକେ ।

ସୁନ୍ଦରଗଡ ଜିଲ୍ଲା ବଣାଇ ସହରସ୍ଥିତ ପାତ୍ର ସାହି, ରଥଛକ, ଭୂୟାଁସାହି ରେ ଗୋଟାଏ ପାଗଳ କୁକୁର ଅତର୍କିତ ଭାବେ ବୁଲି ବୁଲି ୧୧ ରୁ ଉର୍ଦ୍ଧ୍ୱ ଜଣକୁ କାମୁଡିଵାରୁ ବସ୍ତିରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଜଣାପଡିଛି।ସୂଚନା ଅନୁଯାୟୀ, ପାଗଳ କୁକୁର ପ୍ରଥମେ ରଥଛକ ସାହିରେ ଜଣେ ବୃଦ୍ଧା ପାର୍ବତୀ ପ୍ରଧାନ ଙ୍କ (୮୫)ଗୋଡ଼ରେ କାମୁଡିବା ପରେ ଭୂୟାଁ ସାହିର ଆଉ ଜଣେ ମହିଳା ଜାଇ ନାଏକଙ୍କୁ ଗୋଡ ଓ ଜଙ୍ଘରେ କାମୁଡିଥିଲା ।

Advertisement

ପରେ ବଜାର ଛକ ସ୍ଥିତ ପାତ୍ର ସାହିରେ ବୁଲି ବୁଲି ମାନା ପାତ୍ର, ଦେବାନନ୍ଦ ପାତ୍ର, ମିନୁ ପାତ୍ର, ରତନ ବେହେରା, ଅଞନା ପାତ୍ର, କୁନୁ ବେହେରା, ରାମ ରତନ ବେହେରା ପ୍ରମୁଖ ଲୋକଙ୍କୁ କାମୁଡିଥିଲା । ସେମାନେ ବଣାଇ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ବୁଲା କୁକୁର କାମୁଡ଼ିବାରୁ ବସ୍ତି ବାସିନ୍ଦା ଙ୍କ ମନରେ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ, କୁକୁର ଭୟରେ ହାତରେ ଠେଙ୍ଗା ଧରି ବସ୍ତି ବାସିନ୍ଦା ବୁଲୁଥିବା ଦେଖା ଯାଇଛି ।

Leave a Reply

Your email address will not be published. Required fields are marked *