Pratidin TV

Odisha's Digital News Platform

(ଭିଡିଓ) ହାଇୱା ସାଇଡ କରିବାରେ ବିଳମ୍ବ ହେବାରୁ ଡ୍ରାଇଭର ମୁଣ୍ଡକୁ ପାହାର ଦେଲେ ରେଳ କର୍ମଚାରୀ

1 min read

ହାଇୱା ସାଇଡ କରିବାରେ ସାମାନ୍ୟ ବିଳମ୍ବ ହେବାରୁ ହାଇୱା ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କଲେ ରେଳ କର୍ମଚାରୀ l ଗୁରୁତର ଆହତ ଡ୍ରାଇଭରଙ୍କୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଯିବା ପରେ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଧାରଣାରେ ବସିଥିଲେ 365 ଜଣ ଡ୍ରାଇଭର ଭାଇ l ଯାହାକୁ ନେଇ ବନ୍ଦର ପଣ୍ୟ କାରବାର ଠପ ହୋଇପଡିଥିଲା l ତେବେ ଏହାର ସମାଧାନ ପାଇଁ ଘଟଣାସ୍ଥଳରେ ସିଆଇଏସଏଫ, ବନ୍ଦର ଅଧିକାରୀ ପହଞ୍ଚି ତ୍ରିପାକ୍ଷିକ ଆଲୋଚନା କରିଥିଲେ l ଶେଷରେ ଏହାର ସମାଧାନ ବାହାରିଥିଲା l ଦୀର୍ଘ ତିନିଘଣ୍ଟା ପରେ ସ୍ବାଭାବିକ ହୋଇଛି ବନ୍ଦର ପରିବହନ। ହାଇୱା ମାଲିକ ସଂଘ, ବନ୍ଦର ଟ୍ରାଫିକ ବିଭାଗ ଓ ରେଲୱେ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଛି। ସମ୍ପୃକ୍ତ ରେଲୱେ କର୍ମଚାରୀ ଭୁଲ ମାଗିବା ସହିତ , ଆଉ ଏଭଳି ଭୁଲ ନ କରିବାକୁ ଲିଖିତ ପ୍ରତିଶୃତି ଦେଇଥିଲେ ।

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଏହି ଘଟଣା ଘଟିଥିଲା l ଆଜି ସକାଳେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ଯରେ ଟ୍ରେନ ୱାଗନ ସାଇଟ ରେ ଏକ ହାଇୱା ରହିଥିବା ବେଳେ ହାଇୱା ସାଇଡ କରିବାକୁ ରେଲୱେ କର୍ମଚାରୀ ଜଣକ ହାଇୱା ଡ୍ରାଇଭର ଙ୍କୁ କହିଥିଲେ । ତେବେ ଏଥିରେ ସାମାନ୍ୟ ବିଳମ୍ବ ହେବାରୁ ରେଲୱେ କର୍ମଚାରୀ ଜଣକ ହାଇୱା ଡ୍ରାଇଭର ଙ୍କୁ ହଠାତ ଆକ୍ରମଣ କରିଥିଲେ l ଯାହା ଫଳରେ ହାଇୱା ଡ୍ରାଇଭର ବବୁଲ ସାମଲଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ହାତରେ ଏବଂ ଗୋଡ଼ରେ ଆଘାତ ଲାଗିଛି l ଖବର ଶୁଣିବା ପରେ ବନ୍ଦର ମଧ୍ୟରେ କାମ କରୁଥିବା ହାଇୱା ଡ୍ରାଇଭର ମାନେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ହୋଇଥିବା ଡ୍ରାଇଭର କୁ ଚିକିତ୍ସା ପାଇଁ ପଠାଇବା ସହିତ ବନ୍ଦର ନିଷିଦ୍ଧାଞ୍ଚଳ ରେ ଥିବା ଡ୍ରାଇଭର ମାନେ ଧାରଣା ରେ ବସିଥିଲେ।

Leave a Reply

Your email address will not be published. Required fields are marked *