Pratidin TV

Odisha's Digital News Platform

ରାମ ମନ୍ଦିର ଗର୍ଭ ଗୃହରେ ପଡ଼ିନାହିଁ ଟୋପାଏ ପାଣି, ଟ୍ରଷ୍ଟ ପକ୍ଷରୁ ମିଳିଲା ସ୍ପଷ୍ଟିକରଣ

1 min read

ମନ୍ଦିର ଗର୍ଭ ଗୃହରେ ପଡିନି ପାଣି | ଅଯୋଧ୍ୟା ରାମ ମନ୍ଦିର ପାଣି ଲିକ ନେଇ ଖବର ଉପରେ ଏଭଳି କିଛି ସ୍ପଷ୍ଟୀକରଣ ଦେଲେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ଟ୍ରଷ୍ଟ ପକ୍ଷରୁ ପୋଷ୍ଟ କରି ଜାରି କଲେ |

ସୂଚନା ଅନୁଯାୟୀ, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ମନ୍ଦିରରେ ରାମଲାଲା ବିରାଜମାନ ସ୍ଥଳରେ ପାଣି ପଡ଼ିନି କି ଭିତରକୁ ପାଣି ଆସିନି। ମନ୍ଦିର ପରକୋଟାରେ ବର୍ଷାଜଳ ନିଷ୍କାସନ ପାଇଁ ଉତ୍ତମ ବ୍ୟବସ୍ଥା ହୋଇଛି।

ପୂର୍ବ ସୂଚନା ଅନୁଯାୟୀ, ଗତ ୨୫ତାରିଖ ଶନିବାର ଦିନ ଅଯୋଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷାରେ ରାସ୍ତାଘାଟ ଜଳମଗ୍ନ ହୋଇ ଯାଇଥିବା ବେଳେ ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିର ମଧ୍ୟ ଜଳମଗ୍ନ ହୋଇ ଯାଇଥିଲା। ଏଥିନେଇ ଚିନ୍ତା ପ୍ରକଟ କରିଥିଲେ ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ। ଏହା ଉପରେ ସ୍ପଷ୍ଟୀକରଣ ରଖି ମନ୍ଦିର ଗର୍ଭଗୃହରେ ଟୋପାଏ ବି ପାଣି ପଡିନଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *