Pratidin TV

Odisha's Digital News Platform

ଖୋଲିଛି ଭିତର ଭଣ୍ଡାର, ଯାଇପାରନ୍ତି ଗଜପତି ମହାରାଜ !

ଖୋଲିଲା ଭିତର ରତ୍ନ ଭଣ୍ଡାର। ନିର୍ଦ୍ଧାରିତ ସମୟ ୯ଟା ୫୧ରେ ଖୋଲିଲା ରତ୍ନଭଣ୍ଡାର। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍‌ଙ୍କ ଉପସ୍ଥିତିରେ ଭଣ୍ଡାର ଖୋଲାଯାଇଛି। ଏହାସହ ଟିମ ସଦସ୍ୟମାନେ ଭିତର ଭଣ୍ଡାରରେ ପ୍ରବେଶ କରିଛନ୍ତି | ତେବେ ସୂଚନାନୁସାରେ ଗଜପତି ପୁରୀରେ ପହଞ୍ଚି ସାରିଛନ୍ତି। ତେବେ ଜଷ୍ଟିସ ରଥ ସୂଚନା ଅନୁସାରେ, ପୁରୀ ରାଜା ଗଜପତି ମହାରାଜ ମଧ୍ୟ ଭିତର ଭଣ୍ଡାର ଯାଇପାରନ୍ତି ବୋଲି ସୁଚନା ଦିଆଯାଇଛି | ଭିତର ଭଣ୍ଡାରର ସ୍ଥାନାନ୍ତର ପ୍ରକ୍ରିୟା ବେଳେ ଗଜପତି ରହିପାରନ୍ତି ବୋଲି ଜଷ୍ଟିସ ରଥ କହିଛନ୍ତି।

ସୂଚନା ଅନୁସାରେ, ସକାଳ ୯ଟା ୫୧ର ଶୁଭ ମୁହୂର୍ତ୍ତ ଅନୁଯାୟୀ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ୨ୟ ଥର ପାଇଁ ଗୁରୁବାର ଖୋଲାଯାଇଛି । ସେହିପରି ସକାଳ ୮ଟା ପରେ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି। କେବଳ ଅଧିକୃତ ବ୍ୟକ୍ତି ଓ ସେବା ନିୟୋଜିତ ସେବକମାନେ ମନ୍ଦିର ପ୍ରବେଶ କରିଛନ୍ତି।

Leave a Reply

Your email address will not be published. Required fields are marked *