Pratidin TV

Odisha's Digital News Platform

ଆଜି ଦିନ ଗୋଟାଏ ପରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

1 min read

ବହୁ ପ୍ରତିକ୍ଷାର ଘଟିଲା ଅନ୍ତ | ଶେଷରେ ଖୋଲିବ ରହସ୍ୟମୟ ରତ୍ନଭଣ୍ଡାର | ଦୀର୍ଘ ୪୬ ବର୍ଷ ପରେ ଆଜି ଅପରାହ୍ନରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ସେହି ରହସ୍ୟମୟ ରତ୍ନଭଣ୍ଡାର | ଗତକାଲି ରତ୍ନଭଣ୍ଡାର ଖୋଲିବା ନେଇ SOP କୁ ମଞ୍ଜୁର କରିଥିଲେ ରାଜ୍ୟ ସରକାର | ଏହାପରେ SOP କୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରଯାଇଛି |

ଗତକାଲି ରାତିରେ ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ ତଦାରଖ କରିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ | ତେବେ ତଦାରଖ ପରେ ଜଷ୍ଟିସ ବିଶ୍ୱନାଥ କହିଛନ୍ତି ନୀତିକାନ୍ତିରେ ଯେପରି ବାଧା ନ ଉପୁଜେ ସେଥିଲାଗି ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ ଲାଗି ସ୍ଥାନ ବାଛିଛୁ | ରତ୍ନଭଣ୍ଡାର ଖୋଲିବା ହେଉଛି ଆମର ପ୍ରାଥମିକତା | ସମସ୍ତେ ପ୍ରକାର ପ୍ରସ୍ତୁତି ଠିକ ଭାବରେ ଚାଲିଛି |

ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେଉଁ ସମୟରେ କମିଟି ସଦସ୍ୟ ପ୍ରବେଶ କରିବେ ସେହି ସମୟରେ ସାମୟିକ ସମୟ ପାଇଁ କଟକଣା ଜାରି କରାଯିବ | ଏନେଇ ପୁଣି ଆଲୋଚନା କରାଯିବ | ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ଲୋକନାଥ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ନିଆଯିବ ସହ ବିମଳାଙ୍କ ପାଖରେ ଗୁଆ ଟେକହେବ | ଏହାସହ ମହଲସମିଙ୍କ ପୂଜାର୍ଚ୍ଚନା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରି କାର୍ଯ୍ୟ ଆରମ୍ଭ ହେବ ବୋଲି ଅରବିନ୍ଦ ପଢି କହିଛନ୍ତଗି |

ତେବେ ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପକ୍ରିୟା ଆରମ୍ଭ ହେବ ଏବଂ ଏହା କ୍ରମାଗତ ଭାବେ ଚାଲିବ |ଗତକାଲି କହିଥିଲେ ଆଇନ ମନ୍ତ୍ରୀ ପ୍ରୄଥ୍ଵୀରାଜ ହରିଚନ୍ଦନ | ଅଳଙ୍କାର ଗଣତି ମଣତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିବ । ଗଣତି କାର୍ଯ୍ୟରେ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆର ପ୍ରତିନିଧି ରହିବେ । ପ୍ରକ୍ରିୟାର ସୁପରିଚାଳନା ପାଇଁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରଭୁଙ୍କର ପ୍ରତିଟି ଅଳଙ୍କାରର ସଂଖ୍ଯା, ଓଜନ ଓ ମାନର ଡିଜିଟାଲ ଲାଇବ୍ରେରୀ ହେବ । ଆଗାମୀ ଦିନ ପାଇଁ ଏକ ଡିଜିଟାଲ ଡକ୍ଯୁମେଣ୍ଟ ପ୍ରସ୍ତୁତ କରାଯିବ । ଫଳରେ ଆଗାମୀ ଦିନରେ ରତ୍ନଭଣ୍ଡାର ଗଣତି ସମୟରେ ଏହା ସହାୟକ ହେବ ।

Leave a Reply

Your email address will not be published. Required fields are marked *