ନୌବାଣିଜ୍ୟ ପରମ୍ପରା ସ୍ମୃତିକୁ ବଞ୍ଚେଇ ରଖିବା ପାଇଁ ବିନ୍ଦୁ ସାଗରରେ ଡଙ୍ଗା ଭସାଇଲେ ରାଜଧାନୀବାସି ।
1 min readଆଜି ହେଉଛି ପବିତ୍ର କାର୍ତ୍ତିକ ପୁର୍ଣିମା । ଏହି ଦିନରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା କୁ ମାନେ ପକାଇ ଓ ଆଗାମୀ ପିଢ଼ି ପାଇଁ ପରମ୍ପରା କୁ ୟୁଜିବିତ କରିବା ପାଇଁ ପ୍ରତି ଓଡ଼ିଆ ପାଳୁଛି କାର୍ତ୍ତିକ ପୁର୍ଣିମା। ଧର୍ମ ମାସ କାର୍ତ୍ତିକରେ ଆମ ସଂସ୍କୃତି ପରମ୍ପରା ର ନିଦର୍ଶନକୁ ନେଇ ଧର୍ମ ଡଙ୍ଗା ଭସାଉଛନ୍ତି ଲୋକେ। ରାଜ୍ୟସାରା ପୁଣ୍ୟ ପବିତ୍ର ପୁର୍ଣିମାରେ ପାଣିରେ ବା ଜଳାଶୟରେ ଡଙ୍ଗା ଭସାଇ ଶ୍ରଦ୍ଧାଳୁ ପୁଣ୍ୟ ଅର୍ଜନ କରୁଥିବା ବେଳେ ଏନେଇ ଚଳଚଂଚଳ ହୋଇଛି ଏକାମ୍ର କ୍ଷେତ୍ର । ପବିତ୍ର ବିନ୍ଦୁ ସାଗରରେ ସହସ୍ର ଶ୍ରଦ୍ଧାଳୁ ଶ୍ରଧା ଓ ବିଶ୍ୱାସର ସହ ଡଙ୍ଗା ଭସାଇ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ସେ କଦଳୀ ଦଙ୍ଗା ହେଉ ଅବା କାଗଜ ବା ଷୋଲରେ ତିଆରି ରଙ୍ଗୀନ ଡଙ୍ଗା ଧର୍ମ ମାସରେ କାର୍ତିକର ଶେଷ ମାସରେ ଅର୍ଥାତ କାର୍ତିକ ପୁର୍ଣିମାରେ ଡଙ୍ଗା ଦେଇ ଆମ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା କୁ ମାନେ ପକାଇଛନ୍ତି । ଆ-କା-ମା ବଇ କହି ପୂଜାର୍ଚନା ସହ ଶ୍ରଦ୍ଧାଳୁ ଡଙ୍ଗା ଭସାଇ ଥିବା ବେଳେ ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଭୋର ୩ ଟାରୁ ଲୋକମାନେ ଶୁଦ୍ଧପୂତ ହୋଇ ଆସି ବନ୍ଦାପନା କରି ପରିବାର ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ଡଙ୍ଗା ଭସାଇ ଓଡ଼ିଆ ପରମ୍ପରାକୁ ମାନେ ପକାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ।
ସେପଟେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ବିନ୍ଦୁସାଗରରେ କରାଯାଇଛି । ଭୁବନେଶ୍ୱର ମେୟର ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଙ୍ଗା କୁ ବିନ୍ଦୁ ସାଗରରେ ଭସାଇଥିଲେ। କିଛି ପୁଅ ଝିଅ ସାଧବ ଓ ସାଧବାଣୀ ବେଶରେ ସଜେଇ ହୋଇ ପ୍ରତିକ୍ରିୟାତ୍ମକ ଭାବେ ଉତ୍କଳୀୟ ନୌବାଣିଜ୍ୟର ସ୍ମୃତିକୁ ମନେପକାଇ ଏଠାରେ ବନ୍ଦାଣ ଉତ୍ସବ କରାଯାଇଛି। ଏଥିରେ ବହୁ କର୍ପୋରେଟର ଓ ରାଜନୈତିକ ପୃଷ୍ଠପୋଷକତା ର ଲୋକମାନେ ଉପସ୍ଥିତ ରହି ସମସ୍ତେ ମିଳିମିଶି ସଂଗଠନ ଦ୍ୱାରା ପ୍ରସ୍ତୁତ ଦଙ୍ଗା ଭସାଇଥିବା ବେଳେ ଏହି ଦଙ୍ଗା ଭାଷା ମହୋତ୍ସବ ବା କକାର୍ତ୍ତିକ ମହୋତ୍ସବ ଆମ ଉତ୍କଳିଆ ପରମ୍ପରା ର ଏକ ବଡ ନିଦର୍ଶନ ବୋଲି କହିଛନ୍ତି।
ଅନ୍ୟପଟେ କେବଳ କାର୍ତ୍ତିକ ପୁର୍ଣିମାରେ ଧର୍ମ ଅର୍ଜନ ପାଇଁ ଲୋକମାନେ ଡଙ୍ଗା ଭସାଉନଥିଲେ ବିନ୍ଦୁସାଗରକୁଳେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କରାଯାଇଥିଲା। ବିଭିନ୍ନ ଜଣାଶୁଣା କଣ୍ଠଶିଳ୍ପୀ ମାନେ ଯୋଗ ଦେଇ ମନ୍ତ୍ରମୁଗ୍ଧକର ଗୀତ ଗାଇବା ସହ ନୃତ୍ୟଶିଳ୍ପୀ ମାନେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଯାହା ସେଠାକାର ପରିବେଶକୁ ବେଶ ଭକ୍ତିମୟ କରିଥିଲା ଆଉ ଲୋକମାନେ ଡ଼ଙ୍ଗା ଭସାଇ ଭକ୍ତିମୟ ଗୀତ ଶୁଣିବା ସହ ବେଶ ଖୁସି ହୋଇ ଘରକୁ ଫେରୁଥିବା ମତବ୍ୟକ୍ତ କରିଛନ୍ତି। ଏହାସହ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏକାମ୍ର ସାଂସ୍କୃତିକ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା।