Pratidin TV

Odisha's Digital News Platform

୨୦ବର୍ଷ ହେଲା ଯାତ୍ରୀ ବିଶ୍ରାମ ଗାର ଉପରେ ପଡୁନି କାହାର ନଜର ? ବିପଦ ସଂକୁଳ ଅବସ୍ଥାରେ ପଡିରହିଛି ବିଶ୍ରାମ ଗାର।

ରାୟଗଡା ; ରାୟଗଡା ଜିଲ୍ଲା କୋଲନରା ବ୍ଲକ ରିବଲ କଣା ଛକ ଉପରେ ଥିବା ଯାତ୍ରୀ ବିଶ୍ରାମ ଗାର ଟି ୨୦ବର୍ଷ ହେଲା ବିପଦସଂକୁଳ ଅବସ୍ଥାରେ ପଡି ରହିଛି ଏହା ଉପରେ ପଡୁନି କାହାର ନଜର ଯାହା ଦ୍ବାରା ଲୋକଙ୍କ ପାଇଁ ବିପଦ ଆଶଙ୍କା ରହିଥିବା ଦେଖିବାକୁ ମିଳିଛି ।

ପ୍ରତ୍ୟକ ଦିନ ଏହି ବିଶ୍ରାମଗାର ଦେଇ ସ୍ଥାନୀୟ ଅଂଚଳର ଯାତ୍ରୀମାନେ ରାୟଗଡା,ଜେକେ ପୁର,କଲ୍ୟାଣସିଂହପୁର,ଭଳି ବିଭିନ୍ନ ସ୍ଥାନକୁ ଯିବା ଆସିବା କରୁଥିବା ବେଳେ ଯାତ୍ରୀବାହୀ ଯାନବାହାନକୁ ସେଠାରେ ଅପେକ୍ଷା କରିଥାନ୍ତି। ହେଲେ ଉକ୍ତ ବିଶ୍ରାମଗାରଟିର ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ବିଶ୍ରାମ ଗାର ଭିତର ଅବସ୍ଥା ନ କହିବା ଭଲ, କାରଣ ବିଶ୍ରାମ ଗାର ଭିତରେ ଅଳିଆ ଆବର୍ଜନା ରହି ରହି ଭୂତ କୋଠରୀ ପାଲଟି ଯାଇଛି।

ଯାହା ଫଳରେ ଏହା ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଅନ୍ୟପଟେ ସେହି ସ୍ଥାନରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ମାନେ ମଧ୍ୟ ବେଳେ ବେଳେ ବିଶ୍ରାମ ନେଇଥାନ୍ତି । ସେହି ବିପଦ ସଂକୁଳ ଯାତ୍ରୀ ବିଶ୍ରାମଗାରର ପୁନଃରୁଦ୍ଧାର ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *