Pratidin TV

Odisha's Digital News Platform

ଶିକ୍ଷକଙ୍କୁ ରିଟର୍ନ ଗିଫ୍ଟରେ ମିଳିଥିଲା ଚକୋଲେଟ , ଭିତରୁ ବାହାରିଲା ନକଲି ଦାନ୍ତ

ଚକୋଲେଟ୍‌ ଖାଇବାକୁ ପ୍ରାୟତଃ ସବୁବର୍ଗର ଲୋକେ ପସନ୍ଦ କରନ୍ତି। ଚକୋଲେଟ୍‌ ଖାଇବା ଦ୍ବାରା ଅନେକ ମାନସିକ ତୃପ୍ତି ଅନୁଭବ କରିଥାନ୍ତି। ତେବେ ମଧ୍ୟପ୍ରଦେଶର ଖାରଗନ୍‌ ଅଞ୍ଚଳରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି | ଜଣେ ଅବସରପ୍ରାପ୍ତ ପ୍ରିନସିପାଲଙ୍କ ଜନ୍ମଦିନରେ ଚକୋଲେଟ ଉପହାରରେ ମିଳିଥିଲା | ଖୋଲିଲା ବେଳକୁ ଚକୋଲେଟ ମଧ୍ୟରୁ ବାହାରିଲଥିଲା ୪ଟି ନକଲି ଦାନ୍ତ | ଏକ ସେଟ୍‌ ବାହାରିବା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ମାୟାଦେବୀ ଗୁପ୍ତା ନାମ୍ନୀ ଜଣେ ମହିଳା ଏକ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାାଇଥିଲେ। ସେଠାରେ ତାଙ୍କୁ ଏକ ଚକୋଲେଟ୍‌ ପ୍ୟାକେଟ୍‌ ମିଳିଥିଲା। ତେବେ ସେ ତାହାକୁ ନ ଖାଇ ଘରକୁ ନେଇ ଆସିଥିଲେ। ପରଦିନ ସେ ପ୍ୟାକେଟ୍‌ ଖୋଲି ଚକୋଲେଟ୍‌ ଖାଇବା ଆରମ୍ଭ କରିବାର କିଛିସମୟ ମଧ୍ୟରେ ପାଟି ମଧ୍ୟରେ କିଛିଟା ଟାଣ ଜିନିଷ ରହିଥିବା ଅନୁଭବ କରିଥିଲେ। ସେ ତାହାକୁ ବାହାରକୁ ଆଣି ଯାଞ୍ଚ କରିବା ପରେ ତାହା ଏକ ନକଲି ଦାନ୍ତର ସେଟ୍‌ ବୋଲି ଜାଣିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ଜିଲା ଖାଦ୍ୟ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଏହି ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *