Pratidin TV

Odisha's Digital News Platform

ବଞ୍ଚି ଥାଉ ଥାଉ କର୍ମଚାରୀଙ୍କୁ ଜଙ୍ଗଲରେ ଫିଙ୍ଗିଦେଲେ ରାଇସ ମିଲ କତ୍ତୃପକ୍ଷ…

1 min read

ଝାରସୁଗୁଡା : ହଜିଗଲା ମାନବିକତ , ବଞ୍ଚିଥାଉ ଥାଉ ଜଣେ କର୍ମଚାରୀଙ୍କୁ ମୃତ ଭାବି ଫିଙ୍ଗିଦେଇ ଚାଲିଗଲେ । କିନ୍ତୁ କୁହନ୍ତିନି ରଖେ ହରିତ ମାରିବ କିଏ ? ସୌଭାଗ୍ୟ ବସତ ବଞ୍ଚିଯାଇଥିଲେ କର୍ମଚାରୀ । ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଝାରସୁଗୁଡା ଜିଲ୍ଲାରୁ ସାମ୍ନାକୁ ଆସିଛି । ରେଙ୍ଗାଲି ଥାନା ବାଦିମାଲ ସ୍ଥିତ ସଙ୍ଖଲିଆ ରାଇସ ମିଲରେ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ କର୍ମଚାରୀ ଗୁରୁତର ହେବାରୁ ଡାକ୍ତରଖାନା ନେବା ବଦଳରେ ଜଙ୍ଗଲରେ ଫିଙ୍ଗି ଦେଲେ ରାଇସମିଲ କର୍ତ୍ତୃପକ୍ଷ । ବେହୋସ କର୍ମଚାରୀକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତିକଲେ ସ୍ଥାନୀୟ ଲୋକେ । ଏବେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୋଡାଜଳା ବିଭାଗରେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି କର୍ମଚାରୀ ଜଣକ । ଘଟଣାଟି ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଦିମାଲ ସ୍ଥିତ ସଙ୍ଖଲିଆ ରାଇସମିଲରେ ଘଟିଥିବା ଆହତ କର୍ମଚାରୀ ଜଣକ ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ ବାଦିମାଲ ସ୍ଥିତ ଶଙ୍ଖଲିଆ ରାଇସମିଲରେ ଉତ୍ତରପ୍ରଦେଶ ବରେଲିର ନତିନ ଅହମଦ ଗତ କିଛି ମାସ ହେବ ସଙ୍ଖଲିଆ ରାଇସ୍ ମିଲରେ କାର୍ଯ୍ୟ କରୁଥିଲେ । ଗତକାଲି କାର୍ଯ୍ୟଥିବା ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ବିଦ୍ୟୁତ ଆଘାତ ଯୋଗୁଁ ନତିନ ସଂଜ୍ଞାହୀନ ହୋଇପଡିଥିବାବେଳେ ତାଙ୍କୁ ରାଇସମିଲ କର୍ତ୍ୟୁପକ୍ଷ ମୃତ ଭାବି ନିକଟସ୍ତ ଜଙ୍ଗଲ ଫିଙ୍ଗି ଦେଇଥିଲେ । ଯାହାଫଳରେ ତେବେ ମାର୍ଟିନ ମୁମୂର୍ସ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବାବେଳେ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାଂତର କରଯାଇଛି । ମାର୍ଟିନ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୋଡାଜଳା ବିଭାଗରେ ସିକିସ୍ତିତ ଅଛନ୍ତି ।

Advertisement

ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ମିଳିବା ପରେ ବ୍ରଜରାଜନଗର SDPO ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି । ଯେହେତୁ ମାର୍ଟିନ ଏବେ ସୁସ୍ଥ ନାହାନ୍ତି ତେଣୁ ଲିଖିତ ଅଭିଯୋଗ କରି ପାରି ନହାନ୍ତି । ଘଟଣା ସମ୍ପର୍କରେ ମାର୍ଟିନଙ୍କୁ ପଚାରି ତଦନ୍ତ ଆରମ୍ଭ କରିଛି ପୋଲିସ ଏବଂ ଲିଖିତ ଅଭିଯୋଗ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ତେବେ ଏହିପରି ଏକ ଘଟଣା କୁ ପୋଲିସ କିପରି ତଦନ୍ତ କରୁଛି ଏବଂ କଣ କାର୍ଯ୍ୟନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *