Pratidin TV

Odisha's Digital News Platform

ଅସଲି ବୋତଲରେ ମିଲୁଛି ନକଲି ମାଲ୍ , ରାଉରକେଲାରେ ଜବତ ହେଲା ନକଲି ମଦ ..

1 min read

ଅସଲି ବୋତଲ ଭିତରେ ପସିଛି ନକଲି ମଦ । ଆଉ ସେହି ମଦ ପିଇ ମୃତ୍ୟୁମୁଖରେ ପଡୁଛନ୍ତି ସାଧାରଣ ଲୋକେ । ଦୀର୍ଘଦିନ ହେବ ନିଜର ସାମ୍ରାଜ୍ୟ ବିସ୍ତାର କରି ଆସିଥିଲେ ମଦ ମାଫିଆ । ତେବେ ବିଶ୍ୱସ୍ତ ସୁତ୍ରରୁ ଅବକାରୀ ବିଭାଗ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଚଢାଉ ସମୟରେ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି ।

ସୁଚନାନୁଯାୟୀ ରାଉରକେଲା ସେକ୍ଟର ଦୁଇ ନମ୍ବର ରୁ ଏକ ଅଟୋ ଯୋଗେ ନକଲି ମଦ ଝିରପାଣି ଯିବାବେଳେ ମାଡି ବସିଥିଲା ଅବକାରୀ ବିଭାଗ । ଅବକାରୀ ଚଢାଉ କରି ସେହି ଅଟୋ ଭିତରୁ ପାଖାପାଖି ୭୨ ଲିଟର ନକଲି ମଦ ଜବତ କରିଛି । ଏବଂ ଏହା ସହ ମଦ ତିଆରିରେ ଉପଯୋଗୀ ହେଉଥିବା ଠିପି ଏବଂ ଷ୍ଟିକର ଜବତ କରାଯାଇଛି । ତେବେ ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *