Pratidin TV

Odisha's Digital News Platform

୨ ବର୍ଷ ହେଲା ସରୁନି ଚଣ୍ଡି ମନ୍ଦିର କାର୍ଯ୍ୟ, ଅହେତୁକ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଲା ସୁରକ୍ଷା କମିଟି

1 min read

କଟକ : କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଲା ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି । ୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ । ଏନେଇ ଆଜି ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚଣ୍ଡୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଓଡିଶାରେ ହୋଇଥିବା ଅନ୍ୟ ମନ୍ଦିରର ନବୀକରଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଚଣ୍ଡୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ଶେଷ ନହେବା ଦୁର୍ଭାଗ୍ୟଜନକ । ଏହା ସହ ପ୍ରକଳ୍ପ କାର୍ଯ୍ୟରେ ଅବ୍ୟବସ୍ଥା ହେବା ସହ ପ୍ରକଳ୍ପର ଡିପିଆର୍ ସାର୍ବଜନୀନ କରାଯାଉ ବୋଲି କମିଟି କହିଛି । ଏହା ସହ ମନ୍ଦିର ପରିସରରେ ତିଆରି ହୋଇଥିବା ଭୋଗ ଏବଂ ପୂଜା ଦୋକାନଗୁଡିକୁ ସଂକୁଚିତ କରିବା ଯୋଗୁଁ ବ୍ୟବସାୟ କରିବା କଷ୍ଟକର କରିବା ବୋଲି କମିଟି କହିଛି ।

Advertisement

ଏହା ସହ ଭଙ୍ଗା ଯାଇଥିବା ୧୬ଟି ଦୋକାନ ଗ୍ରୁହ ବାବଦରେ ବ୍ୟବସାୟୀମାନଙ୍କୁ କ୍ଷତିପୂରଣ ସହ ଦୋକାନ ଗ୍ରୁହ ଯୋଗାଇ ଦେବାର ପ୍ରତିଶ୍ରୁତି ପୂରଣ କରାଯାଇ ନଥିବାରୁ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯିବ ବୋଲି କମିଟି କହିଛି ।

Leave a Reply

Your email address will not be published. Required fields are marked *