Pratidin TV

Odisha's Digital News Platform

ଏହି ଫୋନରେ ରହିଛି ଦମଦାର ଡିସକାଉଣ୍ଟ; କିଣିଲେ ମିଳିବ ଏସବୁ ଫାଇଦା

1 min read

ଆସିଲା ବଡ ଅଫର । ଆପଣ ନୂଆ ସ୍ମାର୍ଟଫୋନ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଆପଣ ବିଲିୟନ ଡେ ସେଲ ପାଇଁ ଅପେକ୍ଷା କରନ୍ତୁ । ଅକ୍ଟୋବର ମାସରେ ହେବାକୁ ଥିବା ଏହି ସେଲରେ ଆଇଫୋନ ଠାରୁ ଆରମ୍ଭ କରି ସାମସଙ୍ଗ ପର୍ଯ୍ୟନ୍ତ ଅନେକ ଫୋନରେ ଦମଦାର ଡିସକାଉଣ୍ଟ ମିଳିବ । ତେବେ ଜାଣି ରଖନ୍ତୁ Samsung Galaxy S23 Ultra ମୂଲ୍ୟ ୧,୪୯,୯୯୯ ଟଙ୍କା ଅଟେ । କିନ୍ତୁ ସେଲରେ ଏହି ଫୋନରେ ବଡ଼ ଡିସକାଉଣ୍ଟରେ ମିଳିବ । ଏହାର ମୂଲ୍ୟ ୧ ଲକ୍ଷରୁ କମ୍ ହେବ ବୋଲି ଆଶା କରାଯାଉଛି । ବ୍ୟାଙ୍କ ଅଫର ସହିତ ଏହି ଡିଭାଇସକୁ ୯୨,୦୦୦ରୁ କମ୍ ମୂଲ୍ୟରେ କିଣି ପାରିବେ । ସାମସଙ୍ଗ ଏହାର ନୂଆ ଫ୍ଲାଗସିପ୍ ସ୍ମାର୍ଟଫୋନ Samsung Galaxy S23 Ultra କୁ ଲଞ୍ଚ କରିଛି । ଏହି ଫୋନରେ ଅନେକ ସୁବିଧା ଦିଆଯାଇଛି । ଏହା ବ୍ୟତୀତ ଏହାର S ପେନ୍ ପାଇଁ ମଧ୍ୟ ସପୋର୍ଟ ରହିଛି ।

Samsung Galaxy S23 Ultraରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୨ ପ୍ରୋସେସର୍ ଅଛି । ଏହା ଆଣ୍ଡ୍ରଏଡ୍‌୧୩ ରେ ସାମସଙ୍ଗର କଷ୍ଟମ୍ ୱାନ୍ UI 5.1 ସ୍କିନ ସହିତ ଚାଲିଥାଏ । ଏଥିରେ ୫୦୦୦ଏମଏଏଚ୍ ବ୍ୟାଟେରୀ ଅଛି ।

Advertisement

Leave a Reply

Your email address will not be published. Required fields are marked *