Pratidin TV

Odisha's Digital News Platform

ଫ୍ୟାସନ ନୁହେଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣ ଯୋଗୁଁ ସମସ୍ତେ ଫୋଡାନ୍ତି କାନ, ଆପଣ ବି ଜାଣନ୍ତୁ ଏହି କାରଣ..

1 min read

ଆଜିକାଲି କାନ ଫୋଡାଇବା ଏକ ଫ୍ୟାସନ ହୋଇଗଲାଣି । ପୂର୍ବରୁ ଝିଅ ଠାରୁ ଆରମ୍ଭ କରି ମହିଳା ମାନେ କାନ ଫୋଡାଇବାର ପରମ୍ପରା ରହିଥିଲା । କିନ୍ତୁ ଏବେ କା ଯୁଗରେ ଏହାକୁ ଏ ଫ୍ୟାସନ ଷ୍ଟାଇଲ ଭାବେ ଗ୍ରହଣ କରୁଛନ୍ତି ଯବୁପିଢି । ତେବେ କାନଫୁଲ ପିନ୍ଧିବା ଶତାବ୍ଦୀ ଶତାବ୍ଦୀ ଧରି ଭାରତୀୟ ମହିଳାମାନେ କାନ ଫୋଡି ବିଭିନ୍ନ ପ୍ରକାରର ଫୁଲ ଏବଂ ଝୁମୁକା ପିନ୍ଧି ଆସୁଛନ୍ତି । କାନଫୋଡା ଏଜ ବହୁ ପୁରୁଣା ଭାରତୀୟ ପରମ୍ପରା ଅଟେ । ଖାଲି ମହିଳା ନୁହେଁ ପୁରୁଷମାନେ ମଧ୍ୟ କାନ ଫୋଡ଼ାନ୍ତି । ଖାସ କରି ପୁରୁଷମାନେ ଗୋଟେ କାନ ଫୋଡାଇଥାନ୍ତି । ହେଲେ ଆପଣ କେବେ ଭାବିଛନ୍ତି କେବେ ଠୁ ଏହି ପରମ୍ପରା ଆରମ୍ଭ ହୋଇଛି । ଏବଂ ଏହ ପଛର କି କାରଣ ରହିଛି । ଆପଣ ଜାଣନ୍ତି କି କାନ ଫୋଡ଼ିବା କେବଳ ଏକ ଫ୍ୟାସନ ନୁହେଁ, ଅନେକ ବିଶ୍ୱାସ ରହିଛି ତାଛଡା ଏହା ପଛରେ କେତେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । କିନ୍ତୁ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏହି କାରଣ ବିଷୟରେ ଜାଣନ୍ତି । ସବୁ ଜିନିଷ ପଛରେ ଭିନ୍ନ ଭିନ୍ନ କାରଣ ରହିଥାଏ । ତେବେ କାନ ଫୋଡିବା ପଛର କାରଣ କଣ?

କୁହାଯାଏ ଯେ ମନୁଷ୍ୟ କାନ ଫୋଡିବା ତା ସ୍ୱାସ୍ଥ୍ୟ ସହ ସମ୍ପର୍କ ରହିଛି । ଯେମିତି କି..
ପ୍ରଜନନ ସ୍ୱାସ୍ଥ୍ୟ:
ସମସ୍ତଙ୍କ କାନର ଠିକ୍ ମଝିରେ ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଅଛି । ପ୍ରଜନନ ସ୍ୱାସ୍ଥ୍ୟ ପାଇଁ ଏହି ବିନ୍ଦୁ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ଏହା ବ୍ୟତୀତ କାନ ଫୋଡେଇବା ଦ୍ୱାରା ମହିଳାମାନଙ୍କ ମଧ୍ୟରେ ଏକ ସୁସ୍ଥ ଋତୁସ୍ରାବ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।
ମସ୍ତିଷ୍କ ସ୍ୱାସ୍ଥ୍ୟ:
ଜଣାପଡିଛି ଯେ କମ୍ ବୟସରେ ପିଲାମାନଙ୍କର କାନ ଫୋଡା ହେଲେ ମସ୍ତିଷ୍କର ସଠିକ୍ ବିକାଶ ହୋଇଥାଏ। କାନ ଫଳିରେ ଏକ ମେରିଡିଆନ୍ ପଏଣ୍ଟଅଛି ଯାହା ଡାହାଣ ଗୋଲାର୍ଦ୍ଧକୁ ମସ୍ତିଷ୍କର ଗୋଲାର୍ଦ୍ଧ ସହିତ ସଂଯୋଗ କରେ। ଏହି ବିନ୍ଦୁକୁ ବିଦ୍ଧ କରିବା ଦ୍ୱାରା ମସ୍ତିଷ୍କର ଏହି ଅଂଶଗୁଡ଼ିକ ସକ୍ରିୟ ହୋଇଥାଏ। ଆକ୍ୟୁପ୍ରେସର ଥେରାପିର ନୀତିଗୁଡିକ ମଧ୍ୟ ଦାବି କରେ ଯେ ଯେତେବେଳେ ଏହି ମେରିଡିଆନ୍ ପଏଣ୍ଟଗୁଡ଼ିକ ଉତ୍ତେଜିତ ହୁଏ, ଏହା ମସ୍ତିଷ୍କର ସୁସ୍ଥ ଏବଂ ତ୍ୱରିତ ବିକାଶରେ ସାହାଯ୍ୟ କରେ ।

Advertisement

ତୀକ୍ଷ୍ଣ ଦୃଷ୍ଟିଶକ୍ତି:
କାନ ମଝିରେ ଥିବା କେନ୍ଦ୍ରୀୟ ବିନ୍ଦୁ ଆଖିର ଦୃଷ୍ଟି ସହିତ ସଂଯୋଗ ଅଛି । କାନ ଫୋଡେଇବା ଦ୍ୱାରା ସେଠାରେ ଚାପ ପଡେ । ଏହା ଆଖିର ଦୃଷ୍ଟିଶକ୍ତି ଉପରେ ଖୁବ ପ୍ରଭାବ ପକାଇଥାଏ, ଆଖିର ରଶ୍ମୀରେ ସୁଧାର ଆସିଥାଏ ।
କାନର ସ୍ୱାସ୍ଥ୍ୟରେ ଉନ୍ନତି:
ଯେଉଁଠାରେ କାନ ଫୋଡାଯାଏ ସେଠାରେ ଦୁଇଟି ଜରୁରୀ ଆକ୍ୟୁପ୍ରେସର ପଏଣ୍ଟ ଅଛି । ମାଷ୍ଟର ସେନ୍‌ସୋରିଅଲ୍ ଏବଂ ମାଷ୍ଟର ସେରେବ୍ରଲ ପଏଣ୍ଟ୍ । ଏହି ଦୁଇଟି ପଏଣ୍ଟ୍ ପିଲାମାନଙ୍କ ଶ୍ରବଣ କ୍ଷମତାକୁ ବଜାୟ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଚିନ୍ତାରୁ ମୁକ୍ତି ମିଳିଥାଏ:
କାନ ଫୋଡେଇବା ଦ୍ୱାରା ମସ୍ତିଷ୍କର ସୁସ୍ଥ ବିକାଶ ସହିତ ହିଷ୍ଟେରିଆ ପରି ସମସ୍ୟା ମଧ୍ୟ ଦୂରରେ ରହିଥାଏ । ଚିନ୍ତା ଏବଂ ଚିଡିଚିଡା ଭଳି ମାନସିକ ରୋଗରୁ ମଧ୍ୟ ମୁକ୍ତି ମିଳେ ।
ହଜମ ପ୍ରକ୍ରିୟାରେ ଉନ୍ନତି:
କୁହାଯାଏ ଯେ ଏହି ବିନ୍ଦୁରେ ପ୍ରବାହ ପଡିବା ଦ୍ୱାରା ହଜମ ପ୍ରକ୍ରିୟା ବଜାୟ ରହେ । ଏହା ମଧ୍ୟ ଭୋକର ବିନ୍ଦୁ ଏବଂ ଏହାର ପ୍ରଭାବରେ ମୋଟାପଣର ସମ୍ଭାବନା ମଧ୍ୟ ହ୍ରାସ ପାଇଥାଏ ।

ଶୁକ୍ରାଣୁ ଉତ୍ପାଦନ:
ପୁରୁଷମାନେ କାନ ଫୋଡେଇଲେ ଏହା ସେମାନଙ୍କ ଶୁକ୍ରାଣୁ ଉତ୍ପାଦନରେ ସାହାଯ୍ୟ କରିଥାଏ । ଏହି କାରଣରୁ ପୁଅମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ବିଭିନ୍ନ ସମ୍ପ୍ରଦାୟରେ କାନଫୋଡାକୁ ଏକ ଜରୁରୀ ପରମ୍ପରା ଭାବେ ଗ୍ରହଣ କରାଯାଏ ।
କିନ୍ତୁ ଏସବୁ କାରଣ ନ ଜାଣି କିଛି ଯୁବପିଢି କାନ ଫୋଡିବାକୁ ଫ୍ୟାସନ ବୋଲି ମାନିଥାନ୍ତି । ହେଲେ କାନ ଫୋଡା ବିଷୟରେ ଜାଣନ୍ତୁ ଏସବୁ କାରଣ ।

Leave a Reply

Your email address will not be published. Required fields are marked *