ଭାଙ୍ଗିଗଲାଣି ସୁରକ୍ଷା ବାଡ଼,ଏବେ କୁମ୍ଭୀର ଆତଙ୍କରେ ଆତଙ୍କିତ ଲୋକ
1 min readକୁମ୍ଭୀର ଆତଙ୍କ ରେ ଆତଙ୍କିତ ଗାଁ ଲୋକେ | ଭାଙ୍ଗିଗଲାଣି ଗାଧୁଆତୁଠର ସୁରକ୍ଷା ବାଡ଼ | ସୁରକ୍ଷା ପାଇଁ ଗାଁ ଲୋକଙ୍କର ଦାବି | ସୂଚନା ମୁତାବକ କିଛି ବର୍ଷ ହେଲା କେନ୍ଦ୍ରାପଡ଼ା ଦେଇ ବହି ଯାଇଥିବା ପ୍ରତେକ ନଦୀରେ କୁମ୍ଭୀରଙ୍କର ଆତଙ୍କ ଦେଖିବାକୁ ମିଳୁଛି ! ହେଲେ କିଛିଦିନର ଵେବଧାନରେ ଆଜି କୁମ୍ଭୀର ଆତଙ୍କରେ ଆତଙ୍କିତ ଅବସ୍ଥାରେ ଜୀବନବିତାଉଛନ୍ତି ମହାକାଳପଡ଼ା ବ୍ଲକ ଅଧୀନରେ ଥିବା ଦେଉଳିପଡ଼ା ପଞ୍ଚାୟତ ର ଓଳିଆ ‘ ଓ ଦେଉଳିପଡ଼ା ଗାଁ ଲୋକେ | ତେବେ ଏହି ଗାଁ ଗୋବରୀ ନଦୀ କୂଳରେ ଅବସ୍ତିତ ହୋଇଥିବାରୁ ଲୋକମାନେ ରାତିପାହିବା ଠାରୁ ରାତି ହେବା ପର୍ଯ୍ୟନ୍ତ ଏହିଗୋବରୀ ନଦୀରେ କାରବାର କରିଥାନ୍ତି | ହେଲେ କୁମ୍ଭୀରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବା ଓ ବନବିଭାଗର ଅବହେଳାରୁ କୁମ୍ଭୀର ମାନେ ଆଜି ନଦୀକୁଳିଆ ଗାଁ ଲୋକଙ୍କୁ ଶିକାର କରିବା ଏବେ କେନ୍ଦ୍ରାପଡାରେ ନୀତି ଦିନିଆ ଘଟଣାରେ ପରିଣତ ହୋଇଗଲାଣି |
ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ୨ ବର୍ଷ ତଳୁ ଏହି ଗାଁର ଗାଧୁଆ ତୁଠରେ ନିର୍ମାଣ ହୋଇଥିବା ତାରଜାଲିର ସୁରକ୍ଷା ବଡ଼ ଭାଙ୍ଗିରୁଜି ଗଲାଣି ! ଏବେବି କିଛି ଗାଧୁଆ ତୁଠରେ ସୁରକ୍ଷା ବାଡ଼ ନାହିଁ ଲୋକମାନେ ଜୀବନ ବିକଳେ ଜୀବନରୁ ପାଣିଛଡାଇ ନଦୀରେ କାରବାର କରୁଛନ୍ତି କେତେବେଲେଜେ କଣ ଘଟିବ କିଏ କହିବ ! ଗତ ୨୧ ତାରିଖ ବୁଧବାର ଦିନ ପ୍ରାୟ ୧୨ ସମୟରେ ଦେଇଲିପଡ଼ା ଗାଁ ଲୋକମାନେ ନଦୀରେ ବଡ଼ କୁମ୍ଭୀର ନଦୀର ଆର ପାଖରୁ ଏପାଖକୁ ଆସୁଥିବାର ଦେଖି ଅଞ୍ଚଳବାସି ଏତେମାତ୍ରାରେ ଆତଙ୍କିତ ହୋଇପଡିଛନ୍ତି ଯେ ଆଜି ଗାଧୋଇବା ପାଇଁ ନଦୀକୁ ଗଲେ ସାଥି ହୋଇ ଏକାଧିକ ଲୋକ ସାଙ୍ଗହୋଇ ଯିବା ଓ ବୃଦ୍ଧ ବୃଦ୍ଧା ଲୋକମାନେ ବାଲ୍ଟି ମାଧ୍ୟମରେ ନଦୀରୁ ପାଣି ଆଣି ଉପରେ ଗାଧାଉଥୁବାର ଦୃଶ୍ୟ ଦେଖିବାକୁ ମିଳିଥିଲା | ଏଥିରୁ ବୟାନ ହେଉଛି ଯେ ଲୋକମାନେ ଏଠି କେତେ ଆତଙ୍କିତ ଆବସ୍ଥାରେ ଅଛନ୍ତି | ତେବେ ୨ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ତାରଜାଲିର ସୁରକ୍ଷାବାଡ଼ ଭାଙ୍ଗିଯିବାରୁ ଅଞ୍ଚଳବାସି ଦାବି କରିଛନ୍ତି | ସରକାର ତୁରନ୍ତ ସୁରକ୍ଷା ବାଡ଼ ନିର୍ମାଣ କଲେ ଆମେ ନିରାପଦରେ ଜୀବନଜାପାନ କରିପାରିବୁ ବୋଳି କହିଛନ୍ତି ଅଞ୍ଚଳବାସି |