Pratidin TV

Odisha's Digital News Platform

ଯାଜପୁର କାଳିଆପାଣିରେ ଆରମ୍ଭ ହେଲା ପୁଷ୍ପା-୨ ସୁଟିଂ..

1 min read

ପୁଣିଥରେ ଓଡିଶା ରେ ସୁଟିଂହେଲା ପୁଷ୍ପା-୨ । ଯାଜପୁର ଜିଲ୍ଲା କାଳିଆପାଣି ଥାନା ଓଏମ୍‌ସି କଲରଙ୍ଗି ଟ୍ରକ୍‌ ପାର୍କିଂୟାର୍ଡରେ ମୈତ୍ରୀ ମୁଭି ମେକର୍ସ ପକ୍ଷରୁ ଆଜି ବହୁଚର୍ଚ୍ଚିତ ପୁଷ୍ପା-୨ ଫିଲ୍ମ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ ସୁଟିଂ କରାଯାଇଛି।ପ୍ରଯୋଜନା ସଂସ୍ଥାର ପ୍ରବନ୍ଧକ ଜି ଭାରା ପ୍ରସାଦଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଏଠାରେ ସକାଳୁ ସକାଳୁ ପହଞ୍ଚି ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ସୁଟିଂ କରିଥିଲେ ।

ଏଠାରେ ଥିବା ମାଳମାଳ ଟ୍ରକ୍ ମଧ୍ୟରେ ପ୍ରାକୃତିକ ଦୃଶ୍ୟ ଭିତରେ ଜଣେ ପାର୍ଶ୍ୱ ଖଳନାୟକଙ୍କୁ ନେଇ ଗୋଟିଏ ଦୃଶ୍ୟର ସୁଟିଂ ହୋଇଥିଲା। ତେବେ ଏହି ସ୍ଥାନ ଓ ଦୃଶ୍ୟର ସେଟ୍‌ଅପ୍ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଦ୍ୱାରା ଗ୍ରହଣୀୟ ହେଲେ ପରବର୍ତ୍ତୀ ସମୟରେ ଏଠାରେ ପୁଣି ସୁଟିଂ କରାଯିବ ବୋଲି ପ୍ରଯୋଜନା ସଂସ୍ଥାର ସ୍ଥାନୀୟ ପ୍ରତିନିଧିଙ୍କଠାରୁ ସୂଚନା ମିଳିଛି। ତେବେ ସୁଟିଂ ସେଟରେ ନିୟୋଜିତ ସୁରକ୍ଷା ଟିମ୍ ପକ୍ଷରୁ କୌଣସି ଫଟୋ କିମ୍ବା ଭିଡିଓ ଉତ୍ତୋଳନକୁ ବାରଣ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *