Pratidin TV

Odisha's Digital News Platform

ଅସୁସ୍ଥ ପୁଅକୁ ଡାକ୍ତର ପାଖକୁ ନେଇ ଆସିଥିଲେ ,ହେଲେ ମାଆ ଶବ ପାଲଟିଗଲା….

ଜଳେଶ୍ୱର : ମୃତ୍ୟୁ ବି ଯେ ଏମିତି ଆସେ । ଅସୁସ୍ଥ ପୁଅକୁ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲା ମାଆ କିନ୍ତୁ ଡାକ୍ତର ଖାନାରେ ଚାଲିଗଲା ମା’ର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଜଳେଶ୍ୱର ହାତିଗଡ଼ ଅଞ୍ଚଳରେ ।

ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତ ରଙ୍ଗାମାଟିଆ ଗ୍ରାମର ମାଇନ ମୁର୍ମୁଙ୍କ ପୁଅ ସଲମନ ମୁର୍ମୁଙ୍କ ଅସୁସ୍ଥ ଥିବାରୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗତକାଲି ବିଳମ୍ବିତ ରାତିରେ ନେଇ ଆସିଥିଲେ । କିନ୍ତୁ ହଠାତ ମାଇନ ଅସୁସ୍ଥତା ଅନୁଭବ କରିଥିଲେ । ଡାକ୍ତରଙ୍କୁ ଜଣାଇବା ପରେ ଡାକ୍ତର ତାଙ୍କୁ ଚିକିତ୍ସା କରାଇଥିଲେ ।

ପରବର୍ତ୍ତୀ ସମୟରେ ମାଇନଙ୍କ ଡାକ୍ତର ଖାନାରେ ମୃତ୍ୟୁ ହୋଇଛି । ଏବେ ମା’ର ମୃତ୍ୟୁକୁ ବିଶ୍ୱାସ କରିପାରୁନି ନାବାଳକ ପୁଅ । ନିଜର ଦେହ ଖରାପ ହେବାରୁ ମା ତାର ଶାହ ଭରସା ଥିଲା । ହେଲେ ଆଜି ସେଇ ମା ସବୁଦିନ ପାଇଁ ଆର ପାରିକି ଚାଲିଗଲା । ଏବେ କେମତି ଏତେ ବଡ ଦୁନିଆରେ ଏକୁଟିଆ ବଞ୍ଚିବ ନାବାଳକ ପୁଅ?

Leave a Reply

Your email address will not be published. Required fields are marked *