Pratidin TV

Odisha's Digital News Platform

ମୋଦିଙ୍କୁ କନ୍ଦାଇଲା ୱେୟନାଡ୍ ଦୃଶ୍ୟ , ଆଖିରୁ ଲୁହ ପୋଛି ଗେଲ କଲା କୁନି ଝିଅ ।

କେରଳ ୱେୟନାଡ୍‌ର ଛାତିଥରା ଦୃଶ୍ୟ ଭୁୂଲିପାରୁନାହାନ୍ତି ବିଶ୍ୱବାସୀ । ଗୋଟେ ଭୂସ୍ଖଳନ ଯେ କେରଳକୁ କିଛି ସମୟରେ ଧୋଇନେଲା ତାହା ନିଜେ ନଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ । ଆଜିବି ଅନେକଙ୍କ ଶରୀର ମାଟିତଳେ ଷଢୁଛି । କାହାର ଭାଇ ତ କାହାର ପୁଅ ଆଉ କାହାର ସ୍ତ୍ରୀ ୱେୟନାଡ୍ ଭୂସ୍ଖଳନ ହଜାର ହଜାର ପରିବାରକୁ ଅନାଥ କରିଯାଇଛି ।

ତେବେ ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ୱେୟନାଡ୍‌ରେ ପହଞ୍ଚିଥିଲେ । ଭୂସ୍ଖଳନରେ ଛାରଖାର ହୋଇଥିବା ଅଞ୍ଚଳରେ ସ୍ଥିତି ପରଖିଛନ୍ତି। ପ୍ରଥମେ ଆକାଶମାର୍ଗରୁ ଭୁସ୍ଖଳନ ଉତ୍ପତ୍ତି ସ୍ଥଳ ଓ ଧ୍ବଂସ ବିଧ୍ବସ୍ତ ଅଞ୍ଚଳ ବୁଲି ଦେଖିଥିଲେ। ଧ୍ବସ୍ତସ୍ତୁପ ପାଲଟିଥିବା ପୁଞ୍ଚୁରି ମାଟମ୍, ମୁଣ୍ଡାକାଇ ଓ ଚୁରୁଲମାଲା ଅଞ୍ଚଳର ସ୍ଥିତି ପରଖିଥିଲେ ପ୍ରଧାନମନ୍ତ୍ରୀ। ତାଙ୍କ ସହ ସାମିଲ ଥିଲେ କେରଳ ମୁଖ୍ୟମନ୍ତ୍ରୀ ପିନରଇ ବିଜୟନ୍। ଏହାପରେ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଚାଲି ଚାଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେମିତି ଭୂସ୍ଖଳନ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଛାରଖାର କରିଛି ? ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ କେମତି ହୋଇଥିଲା, ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ।

ତାଙ୍କ ସହ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି ସାମିଲ ଥିଲେ। ରିଲିଫ୍ କ୍ୟାମ୍ପ୍, ହସ୍ପିଟାଲରେ ଥିବା ଆହତ ଓ ମୃତକଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏହି ସମୟରେ ମୋଦୀଙ୍କ ମୁହଁରେ ଖେଳିଯାଇଥିଲା ଦୁଃଖର ସାଗର ନିଜର ଲୁହକୁ ଆଉ ସମ୍ଭାଳି ପାରିନଥିଲେ ପ୍ରଧାନମନ୍ତ୍ରୀ । ମେଡିକାଲରେ ଯାଇ ପୀଡିତା ମାନଙ୍କ ହାଲଚାଲ ପଚାରିବା ସମୟରେ ଜଣେ କୁନି ଝିଅ ମୋଦୀଙ୍କ ପାଖକୁ ଆସି ତାଙ୍କ ଲୁହ ପୋଛି ଦେଇଥିଲା । ଯାହା ଦେଖି ଅଧିକ ଭାବୁକ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ କୁନି ଝିଅଟି ମୋଦୀଙ୍କ ସହ କିଛି ସମୟ ଖେଳିବା ପରେ ତାଙ୍କୁ ଗେଲ କରିଦେଇଥିଲା । ଏହି ଦୁଃଖ ସମୟରେ କୁନି ଝିଅର ଏଭଳି କାର୍ଯ୍ୟ ମୋଦୀଙ୍କ ମନରେ ବଳ ଯୋଇବା ସହ ତାଙ୍‌କ ମୁହଁରେ ହସ ଫୁଟାଇଥିଲା । କାରଣ ସେଇ କୁନି ଝିଅର ମା ମଧ୍ୟ ମେଡିକାଲରେ ଚିକିତ୍ôସିତ ତଥାପି କୁନି ଝିଅଟି ନିଜକୁ ଦୃଢ କରି ସମସ୍ତଙ୍କ ମୁହଁରେ ହସ ଫୁଟାଇଛି ।

Leave a Reply

Your email address will not be published. Required fields are marked *