Pratidin TV

Odisha's Digital News Platform

ବେସାହାରା ପରିବାରକୁ ସହାୟତର ହାତ ବଢାଇଲେ ସମାଜ ସେବୀ, ସ୍ୱାମୀର ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ପ୍ରମିଳା

ଢେଙ୍କାନାଳ : ସାହାରା ମାଗୁଛନ୍ତି ପ୍ରମିଳା । ସରକାରୀ ସାହାଯ୍ୟ ଅପେକ୍ଷାରେ ପୁରା ପରିବାର । ଯିଏ ପେଟକୁ ଦାନା ଦେଉଥିଲା ତାକୁ ଭଗବାନ ଆରପାରିକୁ ନେଇଗଲେ । ସତେ ଯେପରି ହସଖୁସିର ସଂସାର ଉପରେ ହଠାତ ଢାଙ୍କି ହୋଇଗଲା କଳାବାଦଲ । ଏଇ ବୋଧେ ଥିଲା ବିଧିର ବିଧାନ । ଇଏ କୌଣସି ସିନେମାର କାହାଣୀ ନୁହେଁ । ଏହେଉଛି ଜଣେ ହତଭାଗୀ ମହିଳା ପ୍ରମିଳା ପରିଡାଙ୍କ ସଙ୍ଘର୍ଷର କାହାଣୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଢ଼ଝରା ଗ୍ରାମ ପଞ୍ଚାୟତ ର କୁଣ୍ଡତଇଳା ଗ୍ରାମରେ ସ୍ୱର୍ଗତ ଧନୁ ପରିଡାଙ୍କ ପରିବାର ବସବାସ କରୁଛି । ହେଲେ ବିଗତ ୧୦ ବର୍ଷ ର୍ପୂବ ଧନୁ ପରିଡା ଆରପାରିକୁ ଚାଲିଯାଇଥିବା ବେଳେ ପୁଅ ବାବୁଲି ଉପରୁକ ଚାଲି ଆସିଥିଲା ପରିବାର ବୋଝ ।

ବାବୁଲିଙ୍କ ପତ୍ନୀ ହେଉଛନ୍ତି ପ୍ରମିଳା । ଧନୁ ପରିଡା ଚାଲିଯିବା ପରେ ୫ଜଣଙ୍କ ଦାୟିତ୍ୱ ସମ୍ଭାଳୁଥିଲେ ବାବୁଲି । ପ୍ରମିଳା ଓ ବାବୁଲିଙ୍କ ୨ ପୁଅ ଏବଂ ଗୋଟେ ଝିଅ ରହିଛନ୍ତି । ଗୋଟେ ପୁଅ ଭଲ ଥିବା ବେଳେ ସାନ ପୁଅଟି ଜନ୍ମରୁ ଦିବ୍ୟାଙ୍ଗ । କଷ୍ଟମଷ୍ଟେଣ୍ଟ ପରିବାର ଚଳି ଯାଉଥିବା ବେଳେ ଦୀର୍ଘ ୫ମାସ ତଳେ ପ୍ରମିଳାଙ୍କ ଉପରେ ଭାଙ୍ଗି ପଡିଲା ଦୁଃଖର ପାହାଡ । ତାଙ୍କ ସ୍ୱାମୀ ବାବୁଲି ପରିଡାଙ୍କ ମୃତ ହୋଇଗଲା । ସତେ ଯେମିତି ପରିବାର ର ମେରୁଦଣ୍ଡ ଭାଙ୍ଗି ଗଲା । ଘର ର ଏକମାତ୍ର ରୋଜଗାରିଆ ପୁଅ ଥିଲେ ବାବୁଲି ସେ ଚାଲିଯିବା ପରେ କେମିତି ଘର ଚଳିବ ଚିନ୍ତାରେ ପୁରା ପରିବାର ।

ପରିବାର କହିଲେ ବାବୁଲି ପରିଡା ଙ୍କ ସ୍ତ୍ରୀ ପ୍ରମିଳା ପରିଡା ଆଉ ଦୁଇ ପୁଅ ବାପୁନ ଓ ପ୍ରମୋଦ ଏବଂ ଦୃଷ୍ଟିହୀନ ପୁଅ ସାଙ୍ଗକୁ ୧୨ ବର୍ଷର ଝିଅ ସୁଭଦ୍ରା ।ଏମାନେ ସବୁ ନାବାଳକ ଥିବା ବେଳେ ବୃଦ୍ଧା ଜେଜେ ମା ବଦନୀ ପରିଡା ବୟସ ଅପରାହ୍ନ ରେ ସହାୟତା କହିଲେ ରାସନ କାର୍ଡ ରେ କେଇ କେଜି ଚାଉଳ ତା ପୁଣି ଦିନେ ଖାଇଲେ ଦିନେ ଉପବାସ ରହିବାକୁ ପଡୁଛି । ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଘର ନା ଅଛି କିଛି ସୁବିଧା ପିଲାଙ୍କ ପାଠପଢା କଥା ପଚାରେ କିଏ । ସ୍ଥାନୀୟ ପ୍ରଶାସନ ଓ ସରକାର ଙ୍କୁ ନିବେଦନ କରିଛନ୍ତି ଆବାସ ଯୋଜନାରେ ଘରଟିଏ ଏବଂ ଚଳିବା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଗୁହାରୀ କରିଛନ୍ତି ପୁରା ପରିବାର । ଏ ନେଇ ବଡଝରା ଗ୍ରାମର ଯୁବ ସମାଜ ସେବୀ ଦେବେନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ଗ୍ରାମର ଦୟାନିଧି ସାହୁ, ପ୍ରଶାନ୍ତ କୁମାର ସାହୁ, ସତ୍ୟଜିତ ସାହୁ, ଭୃଙ୍ଗବର ସାହୁ, ଗିରୀଶ ଚନ୍ଦ୍ର ସାହୁ ମିଶି ଦୁଃଖିନୀ ପରିବାର କୁ କିଛି ବସ୍ତ୍ର ଦାନ କରିଛନ୍ତି । ଏବଂ ଆଗକୁ ଯଥା ସମ୍ଭବ ସହାୟତା ର ହାତ ବଢ଼ାଇବାକୁ ମଧ୍ୟ ପ୍ରତିଶ୍ମୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *