Pratidin TV

Odisha's Digital News Platform

ଟଙ୍କା ନଦେବାରୁ ନିଜ ମାଆ କୁ କାଠ ଫାଳିଆ ନିସ୍ତୁକ ପିଟିଲା ପୁଅ ,କାନ୍ଦି କାନ୍ଦି ଥାନାକୁ ଆସିଲେ ବୃଦ୍ଧ ବାପା ମା…

1 min read

ପିପିଲି ; ପାଦରେ ବଳ ନାହିଁ , ବୃଦ୍ଧ ବୟସରେ ବାଢିକୁ ସାହା କରି ନଇଁ ନଇଁ ଥାନାକୁ ଆସିଛନ୍ତି ବାପା-ମା । କାନ୍ଦି କାନ୍ଦି ପୋଲିସ ବାବୁକୁ ଜଣାଉଛନ୍ତି ଦୁଃଖ । କଣ ପୁଅ ଜନ୍ମ କରିଥିଲି ଏଇ ବୟସରେ ମାଡ ଖାଇବା ପାଇଁ । ଏଭଳି କହି କଇଁ କଇଁ ହୋଇ କାନ୍ଧୁଛନ୍ତି ବୁଢା ବାପା ମା ଦୁହେଁ । ସେହି ସମୟର ଦୃଶ୍ୟ ଯିଏ ଦେଖିବ ଦୁଃଖରେ ତା ଛାତି ଫାଟିଯିବ । ବୁଢୀ ମାଉସୀର ପଛ କାନ୍ଧରୁ ବୋହିପଡୁଛି ରକ୍ତ । ପଚାରିଲାବେଳକୁ ଭୋ ଭୋ ହୋଇ କାନ୍ଦି ଉଠୁଛି । ଟଙ୍କା ନଦେବାରୁ ନୃଶଂସ ପୁଅ କାଠ ଫାଳିଆରେ ପିଟି ଜନ୍ମକଲା ମା କୁ ଲହୁ ଲୁହାଣ କରିଛି ।

ଏଭଳି ଏକ ଘଟଣା ପିପିଲି ଥାନା ସିରିଆପୁର ଗ୍ରାମରୁ ସାମ୍ନାକୁ ଆସିଛି । ଉକ୍ତ ଗ୍ରାମର ୭୦ବର୍ଷ ବୃଦ୍ଧ ପବନି ବେହେରା ପିପିଲି ଥାନାରେ ନିଜ ପୁଅ ନାରାୟଣ ବେହେରା ନାରେ ଅଭିଯୋଗ ଆଣିଛନ୍ତି । ତେବେ ବାପା ର ପବନୀ ବେହେରାଙ୍କ ଅଭିଯୋଗ ଅନୁଯାୟୀ ବିଭିନ୍ନ ସମୟରେ ପୁଅ ଜମି ସମ୍ପତ୍ତି ବାଡ଼ି କୁ ନେଇ କଳହ କରେ।

Advertisement

ଗତକାଲି ବିଳମ୍ବିତ ରାତିରେ ଏକ ଛେଳି ବିକ୍ରି ର ଟଙ୍କା ପୁଅ ମାଗିବାରୁ ବୃଦ୍ଧ ଦମ୍ପତି ଏହାକୁ ବାରଣ କରିଥିଲେ। ଏଥିରେ ପୁଅ ଉତ୍ୟକ୍ତ ହୋଇ ଏକ କାଠ ଫାଳିଆ ରେ ମାଆ କୁ ଆକ୍ରମଣ ରି ଗୁରୁତର ଆହତ କରିଦେଇଛି। ପରେ ଗ୍ରାମବାସୀଙ୍କ ସହାୟତାରେ ବୃଦ୍ଧ ଦମ୍ପତିଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ
ପିପିଲି ଥାନା ର ଦ୍ୱାରାସ୍ତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *