Pratidin TV

Odisha's Digital News Platform

ଥମୁନି ଦାଦନ ଯନ୍ତ୍ରଣା , ଦାନା ଗଣ୍ଡେ ପାଇଁ ବାହାର ରାଜ୍ୟକୁ ଯାଇ ଛତିଶଗଡରେ ନିଖୋଜ ହେଲେ ଯୁବକ ..

1 min read

ଛତିଶଗଡରେ ରୋଜଗାରିଆ ପୁଅ ନିଖୋଜ ହୋଇଯାଇଛି । ନାଁ ତାର ଫୋନ୍ ଲାଗୁଛି ନାଁ ତାର କୌଣସି କଜ ଖବର ମିଳୁଛି । ଏନେଇ ବିଧାବା ମାଆ ଟା ପୁରା ଅଧର୍ଯେ÷ ହୋଇପଡିଲାଣି । ପୁଅକୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ଗୁହାରି କରୁଛି ।
ଏ ହେଉଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ବଡ଼ ଲିଟିପୋଲି ଗାଁର ଜଣେ ଗରିବ ଆଧିବାସୀ ବିଧବା ମା ହାର୍ଶ୍ୱ ହିକକା କାହାଣୀ । ହାର୍ଶ୍ୱ ହିକକା ଙ୍କର ଗୋଟିଏ ବୋଲି ପୁଅ ସ୍ୱମେଶ୍ୱର ହିକକା ବୟସ ତିରିଶି । ସେ ଯାହା ରୋଜଗାର କରେ ସେଥିରେ ଘର ଚଳେ । ନହେଲେ ଭୋକ ଉପାସରେ ରହିବାକୁ ପଡେ ।

ମାଆକୁ ଟିକେ ଭଲରେ ଗଣ୍ଡେ ଖାଇବାକୁ ଦେବା ପାଇଁ ପୁଅ ସ୍ୱମେଶ୍ୱର କିଛି ମାସ ହେବ ସିକ୍ୟୁରିଟି ଗାର୍ଡ଼ ଭାବେ ଛତିଶଗଡ଼ ଜାମ୍ବଗାଓଁ ଷ୍ଟିଲ ଅଣ୍ଡ ପାୱାର ଲିମିଟେଡ଼ କମ୍ପାନୀ ରେ ଯୋଗଦେଇଥିଲା । ନିଯୁକ୍ତି ପାଇବା ପରେ ସେଠାରେ କାମ କରୁଥିଲେ । ଜାଗରରେ ଘରକୁ ଛୁଟି ନେଇ ଆସିଥିଲେ,ଯାତ୍ରା ସରିବା ପରେ ମାର୍ଚ୍ଚ ବାର ତାରିଖରେ ଛତିଶଗଡ଼ ଜାମ୍ବଗାଓଁ ଷ୍ଟିଲ ଅଣ୍ଡ ପାୱାର ଲିମିଟେଡ଼ କମ୍ପାନୀକୁ ୁ ଯାଇଥିଲେ । ହେଲେ ସେଠାରୁ ମାର୍ଚ୍ଚ ସତର ସନ୍ଧ୍ୟା ସମୟରେ ପରିବାର ଲୋକ ଙ୍କୁ ଫୋନ୍ କରି କହିଲେ ମୋତେ ବଞ୍ଚାଅ ନଚେତ୍ ଏହି ମାନେ ଜୀବନରୁ ମାରିଦେବେ । ମୋତେ ଏହି ଠାରୁ ଜଲଦି ଘରକୁ ନେଇ ଯାଅ ବୋଲି ସିକ୍ୟୁରିଟି ଗାର୍ଡ଼ ସ୍ୱମେଶ୍ୱର କହିବା ପରେ ଫୋନ ଅଫ ହୋଇଯାଇଥିଲା । ଆଉ ସେହି ନ ଲାଗିବାରୁ ପରିବାର ଲୋକେ ଭୟ ଭିତ ହୋଇପଡିଥିଲେ ।

Advertisement

ପରେ ଗାଁ ଲୋକଙ୍କ ସହ ଏହି ବିଷୟରେ ଆଲୋଚନା କରି ଗ୍ରାମର କିଛି ଲୋକ ଖୋଜିବା ପାଇଁ ଛତିଶଗଡ଼ ଜାମ୍ବଗାଓଁ ପାୱାର ଲିମିଟେଡ଼ କମ୍ପାନୀ କୁ ଯାଇଥଲେ । ।ହେଲେ ସୁମେଶ୍ୱରଙ୍କର କୌଣସି ଖୋଜ ଖବର ପାଇନଥିଲେ । ଏବେ ସ୍ୱମେଶ୍ୱର କେଉଁଠି ଅଛି କେମିତି ଅଛି ତାହା ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳିନାହିଁ । ଏହାପରେ ପୋଲିସ ଥାନା ରେ ଏକ ଲିଖିତ ଅଭିଯୋଗ କରି ନିଜଗାଁ କୁ ଆସିଥିଲେ ।
ପୁଣିଆଜି ଘର ପରିବାର ଗାଁ ଲୋକେ ସମସ୍ତେ ମିଶି ସ୍ଥାନୀୟ କଲ୍ୟାଣସିଂହପୁର ଥାନା ରେ ଏକ ଏତେଲା ଦେଇଥିବା କହିଛନ୍ତି । ଏବେ ପୁଅକୁ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।

Leave a Reply

Your email address will not be published. Required fields are marked *