ବାପାଙ୍କୁ ଫିଲ୍ମ ଦେଖାଇ ନେଇଥିଲା ପୁଅ , ଧୋତି ପିନ୍ଧିଥିବାରୁ ମଲ୍କୁ ପ୍ରବେଶ କରାଇଦେଲାନି ସୁପରଭାଇଜର ।
1 min readନିଜ ରୋଜଗାର ଟଙ୍କାରେ ଚାଷୀ ବାପାକୁ ଫିଲ୍ମ ଦେଖାଇବାକୁ ମଲ୍ ନେଇଯାଇଥିଲା ପୁଅ । କିନ୍ତୁ ସେଠି ଏପରି ଏକ ଅଜବ୍ ଘଟଣା ଘଟିଲା ଯାହା ବର୍ତ୍ତମାନ ପୁରା ଭାରତରେ ଚର୍ଚ୍ଚା ପାଲଟିଛି । କାରାଣ ଆମ ଭାରତୀୟଙ୍କ ପରିଚୟ ଆମ ପୋଷାକ । ଶାଢୀ ଆଉ ଧୋତି ଆମ ଭାରତୀୟଙ୍କ ସଂସ୍କୃତିର ଚିହ୍ନ । କିନ୍ତୁ ସେହି ଭାରତରେ ହିଁ ଏମିତି ଏକ ଘଟଣା ପୁରା ଭାରତର ସଂସ୍କୃତିକୁ ଅସମ୍ମାନ କରିଛି । କାରଣ ଜଣେ ବୃଦ୍ଧ ବ୍ୟକ୍ତି ଧୋତି , କୁର୍ତ୍ତୀ ଓ ପଗଡି ପିନ୍ଧିଥିବାରୁ ତାଙ୍କୁୁ ମଲ୍କୁ ପ୍ରବେଶ କରାଇ ଦିଆଯାଇନାହିଁ । ଏଭଳି ଏକ ଘଟଣା ବେଙ୍ଗାଲୁରରୁ ସାମ୍ନାକୁ ଆସିଛିି ।
ବେଙ୍ଗାଲୁରର ଏକ ସପିଂ ମଲରେ ପ୍ରବେଶ କରିବାକୁ ଫାକିରାପ୍ସା ନାମକ ଜଣେ କୃଷକ , ଯିଏକି ପ୍ରଥମ ଥର ନିଜ ପୁଅ ସହ ମଲକୁ ଫିଲ୍ମ ଦେଖିବାକୁ ଯାଇଥିଲେ । ୭୫ ବର୍ଷିୟ ଫାକିରାପ୍ସା ଧଳା ଧୋତି ଓ କୁର୍ତ୍ତୀ ଏବଂ ସେଥିରେ ଏକ ପଗଡି ଭିଡି ମଲକୁ ଯାଇଥିଲେ । କିନ୍ତୁ ମଲର ସୁପରଭାଇଜର ତାଙ୍କୁ ପ୍ରବେଶ କରିବାକୁ ବାରଣ କରି ବାହରେ ଛିଡା କରିଦେଇଥିଲା । ଏହି ଘଟଣାଟି ଜୁଲାଇ ୧୬ ସନ୍ଧ୍ୟା ୬ଟା ସମୟରେ ବେଙ୍ଗାଲୁରର ମାଗାଡି ମେନ୍ ରୋଡ୍ର ଜିଟି ମଲରେ ଘଟିଛି ।
ଏହି ଘଟଣା ଘଟିବା ସମୟରେ ଫାକିରାପ୍ପାଙ୍କପୁଅ ସମ୍ପୂର୍ଣ୍ଣ ଘଟଣା ମୋବାଇଲରେ କଏଦ୍ କରିଥିଲେ । ସେହି ଭିଡିଓଟି ହିଁ ସମ୍ପୂର୍ଣ୍ଣ ଘଟଣାକୁ ପୁରା ସ୍ପଷ୍ଟ ଭାବେ ଦେଖାଇଛି । ମଲର ସୁପର ଭାଇଜର କିପରି ଫାକିରାପ୍ପାଙ୍କ ସହ ବ୍ୟବହାର କରୁଛନ୍ତି । ସେମାନେ ଫାକିରାପ୍ପାଙ୍କୁ ପ୍ୟଣ୍ଟ ପିନ୍ଧି ଆସିବାକୁ କହିଥିଲେ କିନ୍ତୁ ଫାକିରାପ୍ପା ଏଥିରେ ରାଜି ହୋନଥିଲେ କି ଫିଲ୍ମ ଦେଖାଇବାକୁ ଯାଇନଥିଲେ ।
ରାଜ୍ୟ ସଭାପତି କୁରୁବୁର ଶାନ୍ତକୁମାର ଏହି ଘଟଣାକୁ ନେଇ କହିଛନ୍ତି ଯେ ମଲର ମାଲିକ ତୁରନ୍ତ ଯୁବକ ଏବଂ ତାଙ୍କ ବାପାଙ୍କୁ କ୍ଷମା ମାଗିବା ଉଚିତ୍ ।