Pratidin TV

Odisha's Digital News Platform

ଘରୁ ତଡିଦେଲେ ପୁଅ ବୋହୂ, ତଥାପି ଜୀବନ ପଥରେ ହାର ମାନିନାହାନ୍ତି…

1 min read

ହାତରେ ଦାସକାଠିଆ । ଅନବରତ ଗାଉଛନ୍ତି ଗୀତ । ଦାସକାଠିଆର ତାଳ ସାଙ୍ଗକୁ ଗୀତ ଗାଇ ଗାଇ ବୁଲୁଛନ୍ତି ରାଜଧାନୀର ଏ ଗଳିରୁ ସେ ଗଳି । ଜନ୍ମରୁ ଗୋଟେ ଗୋଟେ ପୋଲିଓ । ତଥାପି ହାର ମାନି ନାହାନ୍ତି । ତେବେ ପ୍ରତ୍ୟକ ମଣିଷର ଆଶା ଥାଏ ବୟସର ଅପରାହ୍ନରେ ସନ୍ତାନ ମାନେ ହିଁ ତାଙ୍କର ସାହାଭରସା ହେବେ । ସେମିତି ଏ ମଉସାଙ୍କର ବି ଆଶା ଥିଲା । କିନ୍ତୁ ପୁଅ ବୋହୁ ଘରୁ ବାହାର କରିଦେବା ପରେ ପତ୍ନୀଙ୍କୁ ଧରି ଚାଲିଆସିଲେ ଭୂବନେଶ୍ୱର । ଭୁବନେଶ୍ୱର ସାଲିଆ ସାହିରେ ନିଜ ପତ୍ନୀଙ୍କ ସହ ରହୁଛନ୍ତି ଏହି ମଉସା ଜଣଙ୍କୁ । ଆଉ ଜୀବନ ବଞ୍ଚିବା ପାଇଁ ଦାସକାଠିଆ କୁ ବାଛିନେଇଛନ୍ତି । ସୁନ୍ଦର ଭାବରେ ଭଜନର ତାଳେତାଳେ ଦାସକାଠିଆ ର ସୁର ଯିଏ ଶୁଣୁଛି ଠିଆ ହୋଇ କିଛି ସମୟ । ଦେଖୁଛନ୍ତି ଓ ଶୁଣୁଛନ୍ତି ଆଉ ସରିଲାପରେ ଯିଏ ଯାହା ଦେଲା ସେତିକି ହିଁ ତାଙ୍କର ଦିନସାରା ର ରୋଜଗାର । ତେବେ ଏହି ମଉସା ଜଣଙ୍କ କୁହନ୍ତି କି ଦୀର୍ଘ ଆଠ ବର୍ଷ ହେବ ସେ ଦାସକାଠିଆ ବଜାଇବା ଶିଖିଛନ୍ତି । ନିଜେ ଦାସକାଠିଆ ତିଆରି କରି ତାକୁ ବଜାଉଛନ୍ତି । ଘରେ ପଡିଛନ୍ତି ତାଙ୍କର ରୋଗିଣା ସ୍ତ୍ରୀ । ହେଲେ ସେ ବା ଆଉ କଣ କରିପାରିବେ । ବୟସ ବଢିବା ସହ ଶରୀର କ୍ଷୀଣ ହୋଇଯାଉଛି । ଆଉ କେଉଁଠି ମୂଲ ମଜୁରୀ ଲାଗିବାକୁ ତାଙ୍କ ପକ୍ଷେ ସମ୍ଭବ ପର ନୁହେଁ । ତେଣୁ ଏମିତି ଦାସ କାଠିଆ ବଜାଇ ପେଟ ପାଇଁ ଦାନା ଯୋଗାଡ କରୁଛନ୍ତି ଏହି ମଉସା ଜଣକ । ତେବେ କଥାଉଠୁଛି କି ଗୋଟେ ମା ବାପା ପାଞ୍ଚଟି ପିଲାକୁ ସମ୍ଭାଳି ପାରନ୍ତି ମାତ୍ର ସେହିପିଲା ବଡ ହେବାପରେ ପାଞ୍ଚ ଜଣ ମିଶିମଧ୍ୟ ବୁଢା ମା ବାପାଙ୍କୁ ସେବା କରିବା ପରିବର୍ତ୍ତେ ତାଙ୍କୁ ଘରୁ ତଡିଦେଉଛନ୍ତି । କିନ୍ତୁ ସେମାନେ ହୁଏତ ବୁଝି ପାରୁନାହାନ୍ତି ଏହି ପରିସ୍ଥିତିକୁ କେବେ ସେମାନଙ୍କୁ ମଧ୍ୟ ସାମ୍ନା କରିବାକୁ ପଡିପାରେ..!

Advertisement

Leave a Reply

Your email address will not be published. Required fields are marked *