Pratidin TV

Odisha's Digital News Platform

ବାପା ନଂ ୧ ; ଦ୍ୱିତୀୟ ବିବାହ କରୁଥିଲା ପୁଅ , ଥାନାକୁ ଟାଣି ଟାଣି ନେଲା ବାପା ..

ଭଦ୍ରକ ; ପର ସ୍ତ୍ରୀ ପ୍ରେମ ଲାଗେ ମିଠା। ଆଜିର ଏହି କଳୁଷିତ ଦୁନିଆଁ ରେ କାହାକୁ ନିଜର ଭାବିବା ଭୁଲ୍। ଆଜି ଯେ ନିଜର କାଲି ସେ ପର। ବିଚିତ୍ର ଏ ଦୁନିଆ ବିଚିତ୍ର ଏ ସଂସାର।କାଲି ଯେ ପର ସେ ଆଜି ନିଜର ଆଉ ଆଜି ଯେ ନିଜର କାଲି ସେ ପର।
ହଁ ଆଜ୍ଞା ଆମ କହିବାର ତାତ୍ପର୍ଯ୍ୟ ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କ ଏକ ପବିତ୍ର ସମ୍ପର୍କ।ଏ ସମ୍ପର୍କ କୁ ନେଇ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ବିସ୍ମିତ ଲାଗେ।ବିତି ଯାଇଥିବା କାଲି ର ସମ୍ପର୍କ ଆଉ ଆସନ୍ତା କାଲି ର ଆଉ ଏକ ନୂଆ ସମ୍ପର୍କ କିଏ ଜାଣେ କାହାକୁ ନେଇ କେଉଁ ପରିସ୍ଥିତିରେ କେଉଁ ସ୍ଥାନରେ ଠିଆ କରେଇ ତାହା ଜାଣିବା ଆମ ପାଇଁ ମୁସ୍କିଲ।

ସ୍ଵାମୀ ହେଉଛନ୍ତି ଇହ କାଳ ପରକାଳ ର ଦେବତା ସାତ କଳସ ଆଠ ଦୀପ ଓ ହୋମ ନିଆଁ କୁ ସାଖିରଖି ବିବାହ ମଣ୍ଡପ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ସ୍ବାମୀ ସ୍ତ୍ରୀ ଦୁଇ ଜଣ । ବିବାହ ର କିଛି ବର୍ଷ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ଗଢି ଉଠିଥିଲା। କିନ୍ତୁ କାହାର ନଜର ଲାଗିଲା କେଜାଣି ଏମିତି ଏକ ହସ ଖୁସି ସମ୍ପର୍କ ରେ ଲାଗିଲା କଳଙ୍କ ର ଦାଗ।ଏତଲା କାରୀ ତୁଳସୀ ଯେନା ଙ୍କ ଏତଲା କ୍ରମେ ସେ ଏଡତାଳ ଗ୍ରାମ ପଞ୍ଚାୟତ ଅଧୀନ ବିଷ୍ଣୁ ମୋହନ ଯେନା ଙ୍କ ପୁଅ ଅଜୟ କୁମାର ଯେନା ଙ୍କୁ ୧୦ ବର୍ଷ ତଳେ ବିବାହ କରିଥିଲେ।ବିବାହ ପରେ ସ୍ତ୍ରୀ ତୁଳସୀ ଓ ସ୍ବାମୀ ଅଜୟ ଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ମଧ୍ୟ ହୋଇଥିଲା। କିନ୍ତୁ ସ୍ବାମୀ ନିଜ ସ୍ତ୍ରୀ ର ଅଜାଣତରେ ଚାନ୍ଦିମାଳ ଅଞ୍ଚଳରେ ଗୋଟିଏ ସ୍ତ୍ରୀ ଲୋକ ସାଙ୍ଗରେ ଅନୈତିକ ସମ୍ପର୍କ ରଖିଥିଲେ। କିନ୍ତୁ ଏହି ସମ୍ପର୍କ ଏତେ ନିବିଡ ହୋଇଯାଇଥିଲା ଯେ ସେ ତାର ପ୍ରଥମ ସ୍ତ୍ରୀ ଙ୍କୁ ଛାଡି ଚାନ୍ଦିମାଳ ଅଞ୍ଚଳ ର ଜୈନିକ ସ୍ତ୍ରୀ ଲୋକ ସହିତ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ମନ ସ୍ଥିର କରିଥିଲା।

ସେ ତାର ପ୍ରଥମ ସ୍ତ୍ରୀ ତୁଳସୀ କୁ କିଛି ନ ଜଣାଇ ଆଜି କୋର୍ଟ ରେ କୋର୍ଟ ମେରେଜ୍ କରିବା ପାଇଁ ଯାଇଥିବା ସମୟରେ କୌଣସି ସୂତ୍ରରୁ ଅଜୟ ଙ୍କ ର ପ୍ରଥମ ସ୍ତ୍ରୀ ଏହି ବିବାହ ବାବଦରେ ଖଵର ପାଇଯାଇଥିଲେ।ସେ ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ନିଜ ଶ୍ଵଶୁର ଓ ପୁଅ ଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଘଟଣା ସ୍ଥଳରେ ପହଞ୍ଚି ବା ପରେ ନିଜ ସ୍ବାମୀ ଙ୍କ ସହିତ ଚାନ୍ଦିମାଳ ଅଞ୍ଚଳ ର ସେହି ସ୍ତ୍ରୀ ଲୋକ ଟିକୁ ଦେଖି ସ୍ତ୍ରୀ ତୁଳସୀ ଓ ଅଜୟ ଙ୍କ ବାପା ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।ପୁଅ ର ଏହିଭଳି କାର୍ଯ୍ୟ କୁ ଦେଖି ରାଗରେ ନିଜ ପୁଅ ସହିତ ଚାନ୍ଦିମାଳ ଅଞ୍ଚଳ ର ସମ୍ପୃକ୍ତ ସ୍ତ୍ରୀ ଲୋକ କୁ ବିଚ୍ ରାସ୍ତା ଘୋଷାଡି ଘୋଷାଡି ଆଣି ବାସୁଦେବପୁର ପୋଲିସ ରେ ଜିମା ଦେଇଥିବା ର ଦେଖିବାକୁ ମିଳିଥିଲା। ବିଚ୍ ରାସ୍ତା ରେ ଘୋଷାଡି ଘୋଷାଡି ନେଇଥିଲେ । ଜଣେ ବାପାର ଏଭଳି କାର୍ଯ୍ୟ ଦେଖି ସମୃକ୍ତ ଅଞ୍ଚଳରେ ଏଭଳି ବାପାଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *