Pratidin TV

Odisha's Digital News Platform

(video)ଦୁର୍ଘଟଣାରେ ଲିଭିଗଲା ପୁଅ ଜୀବନ ଦୀପ, ଖବର ପାଇ ଚେତା ହରାଉଛନ୍ତି ବୃଦ୍ଧ ବାପା ମା…

1 min read

ଅସ୍ତରଙ୍ଗ : କାହିଁ କେତେ ଆଶା କରିଥିଲେ ବୁଢା ବାପା ମା , ପୁଅ ବିବାହ କରିବ ନାତି ନାତୁଣୀକୁ କୋଳରେ ଧରିବେ । ଶେଷ ସମୟରେ ପୁଅ ବୋହୂଙ୍କ ପାଖରେ ଜୀବନ ଯିବ ଆଉ ସେଇ ପୁଅ ହାତରୁ ମୁଖାଗ୍ନି ପାଇଁ ଆତ୍ମା ଶାନ୍ତି ପାଇବ । କିନ୍ତୁ ଭାଗ୍ୟର ବିଡମ୍ବାନ କିଛି ଅଲଗା ଥିଲା । ପୁା ଫେରିବା ବାଟକୁ ଚାହିଁ ବସିଛନ୍ତି ବୃଦ୍ଧ ବାପା ମା । କିନ୍ତୁ ଫେରିପାରିଲାନି ପୁଅ , ଘରକୁ ଫେରିଲା ପୁଅର ରକ୍ତ ଜୁଡୁବୁଡୁ ମୃତଦେହ । ଯିଏବି ସେ ସମୟର ଦୃସ୍ୟ ଦେଖିବ ଦୁଃଖରେ ଛାତି ଫାଟିଯିବ । ଏକମାତ୍ର ପୁଅକୁ ହରାଇ ମୁକ ପାଲଟିଯାଇଛି ବାପ ଆଉ ମା ହରାଉଛି ଚେତା । ଏଭଳି ଏକ ହୃଦୟ ବିଦାରକ ଘଟଣା ପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି ।

ଘଟଣାଟି ଏମିତିକି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଓଳିହା ଗ୍ରାମର ଅଭିଜିତ ବିଶ୍ୱାଳ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇଛି । ଗାଁରେ ଗଜଲକ୍ଷ୍ମୀ ପୂଜା ହେବ ବୋଲି ଗତକାଲି ଦୁଇ ସାଙ୍ଗ ଗଜଲକ୍ଷ୍ମୀ ମୂର୍ତ୍ତି ଅର୍ଡର ଦେଇ କାକଟପୁର ରୁ ଅସ୍ତରଙ୍ଗ ଅଭିମୁଖେ ଫେରୁଥିବା ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଲିଭିଗଲା ଅଭିଜିତ ଙ୍କ ଜୀବନ ଦୀପ । ଘରେ ବୃଦ୍ଧ ବାପା ମା କୁ ଖବର ଆସିଲା ଆପଣ ଙ୍କ ପୁଅ ଅଭିଜିତି ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇଛି । ବାସ ଏହି କେହି ପଦ କଥା ସତେ ଯେପରି ପରିବାର ମୁଣ୍ଡରେ ଚଡକ ପଡିଲା । ଗୋଟେ ପଟେ ପୁଅକୁ ହରାଇବା ଦୁଃଖରେ ଫାଟି ପଡୁଛି ସାରା ଅଞ୍ଚଳ ।ସତରେ ଏ ଦୁଃଖକୁ ସହିବାକୁ ଛାତିରେ ଧର୍ଯ୍ୟ ଦରକାର । ସ୍ଥାନୀୟ ଲୋକ ଦାବୀ କରିଛନ୍ତି ପରିବାର କୁ ସରକାରୀ ସହାୟତା କରାଯାଉ ।

Advertisement

Leave a Reply

Your email address will not be published. Required fields are marked *