Pratidin TV

Odisha's Digital News Platform

ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଲେ ସାଉଥ୍ ସୁପର୍ ଷ୍ଟାର 

1 min read

୭ଟି ପର୍ଯ୍ୟାୟରେ ଗଣତନ୍ତ୍ରର 44ଦିନିଆ ମହାନ ନିର୍ବାଚନ ପର୍ବ ଆରମ୍ଭ ହୋଇଛି | ଆଉ ନେତା ବସହୁଛନ୍ତି ପୁରା ଭାରତ | ନୂଆ ସରକାର ବାଛିବାକୁ ଆଜିଠାରୁ ଆରମ୍ଭ ହୋଇଛି ଗଣତନ୍ତ୍ରର ମହା ପର୍ବ | ପ୍ରଥମ ପର୍ଯ୍ୟାୟର ନିର୍ବାଚନ ଲାଗି ଆରମ୍ଭ ହୋଇଯାଇଛି ମତଦାନ | ସକାଳ ୭ଟା ରୁ ଆରମ୍ଭ ହୋଇ ସନ୍ଧ୍ୟାଟା ପର୍ଯ୍ୟନ୍ତ ଚାଲିଥିଲା | ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧0୨ ଆସନ ଲାଗି ମତଦାନ ହେଉଛି | ଏବଂ ଗତକାଲି ପ୍ରଥମ ପର୍ଯ୍ୟାୟରେ ୩୫.୬ ନୂଆ ଭୋଟର ମତଦାନ କରିବେ |

ତେବେ ଆଜି ତାମିଲନାଡୁରେ ମଧ୍ୟ ମତଦାନ ଚାଲିଥିଲା | ଏବଂ ଦକ୍ଷିଣ ଭାରତୀୟ ସିନେମାର ଅନେକ ନାମିଦାମୀ ତାରକା ଭୋଟ ଦେବାକୁ ଆସିଛନ୍ତି | ତେବେ ଏହି ତାଲିକାରେ ସୁପରଷ୍ଟାର ରଜନୀକାନ୍ତଙ୍କ ଠାରୁ ଆରମ୍ଭ କରି କମଲ ହାସନ, ବିଜୟ ସେତୁପତୀ, ଅଜିତ କୁମାର, ଧନୁଷଙ୍କ ଭଳି ଅଭିନେତା ରହିଥିଲେ | ସେମାନେ ସକାଳୁ ଆସି ଲାଇନରେ ଠିଆ ହୋଇ ନିଜ ନିଜ ଭୋଟ ଦେଇଥିଲେ | ତେବେ ଭୋଟ ଦେଉଥିବା ବେଳେ ଅଭିନେତାମାନଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା | ଯେଉଁଥିରେ ସେମାନେ ସକାଳୁ ଆସି ଭୋଟ ଦେଇଥିଲେ |

Advertisement

ଚେନ୍ନାଇର ଷ୍ଟେଲା ମ୍ୟାରିସ କଲେଜରେ ମତଦାନ ବୁଥରେ ଅଭିନେତା ରଜନୀକାନ୍ତଙ୍କୁ ଦେଖିବାକୁ ମିଳିଥିଲା | ସେହିପରି ଅଭିନେତା ଧନୁଷ ମଧ୍ୟ ମତଦାନ ବୁଥରେ ଭୋଟ ଦେଇଥିଲେ | କଡା ସୁରକ୍ଷା ଭିତରେ ଆସି କମାଲ ହାସନ ମଧ୍ୟ ଭୋଟ ଦେଇଛନ୍ତି | ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଲାଗିଯାଇଥିଲା ଭିଡ଼ | ତେବେ ଅଭିନେତାମାନେ ନିଜ ନିଜ ଭୋଟ ସାବ୍ୟସ୍ତ କରିବା ପରେ ବାହାରକୁ ଆସି ଗଣମାଧ୍ୟମ ଆଗରେ ଦେଇଥିଲେ ପୋଜ | ତାଙ୍କ ଆଙ୍ଗୁଠିରେ ଲାଗିଥିବା ଇଙ୍କକୁ ସେ ଦେଖାଇଥିଲେ | ଏଥିସହ ଲୋକଙ୍କୁ ଭୋଟ ଦେବାକୁ କରିଛନ୍ତି ଅନନୁରୋଧ |

Leave a Reply

Your email address will not be published. Required fields are marked *