ମେରୁ ବରଫ ତରଳୁଥିବାରୁ କମୁଛି ପୃଥିବୀର ଘୂରିବା ବେଗ !
1 min readଜଳବାୟୁ ପରିବର୍ତ୍ତନ ଯୋଗୁ କେବଳ ଉତ୍ତାପ ବଢ଼ୁଛି କିମ୍ବା ପାଣିପାଗରେ ପରିବର୍ତ୍ତନ ହେଉଛି ତାହା ନୁହେଁ, ପୃଥିବୀର ଘୂର୍ଣ୍ଣନ ଗତିରେ ମଧ୍ୟ ପରିବର୍ତ୍ତନ ଘଟୁଛି। ଫଳରେ ପୃଥିବୀ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ଜଳବାୟୁ ପରିବର୍ତ୍ତନ ଏହାର ସବୁଠୁ ବଡ଼ କାରଣ ବୋଲି ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି।
ଇଟିଏଚ୍ ଜୁରିଚ୍ ପକ୍ଷରୁ କରାଯାଇଥିବା ନୂତନ ଗବେଷଣା ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ପୃଥିବୀର ଘୂର୍ଣ୍ଣନ ଏବଂ ଅକ୍ଷରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣୁଛି। ମେରୁ ଅଞ୍ଚଳର ବରଫ ଅତ୍ୟଧିକ ମାତ୍ରାରେ ତରଳି ଜଳ ବିଷୁବ ମଣ୍ଡଳୀୟ ଅଞ୍ଚଳକୁ ବହିଯାଉଥିବାରୁ ଏହା ପୃଥିବୀର ବସ୍ତୁତ୍ୱ ବଣ୍ଟନକୁ ବଦଳାଇଦେଇଛି। ଫଳରେ ଆମ ଗ୍ରହର ଘୂର୍ଣ୍ଣନ ଗତି ହ୍ରାସ ପାଇଛି ଏବଂ ଦିନଗୁଡ଼ିକ ସାମାନ୍ୟ ବଢ଼ିଥିବା ଗବେଷଣାରେ କୁହାଯାଇଛି।
ଅଧ୍ୟୟନର ଲେଖକ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ସ୍କ୍ରିପ୍ସ ଇନଷ୍ଟିଚ୍ୟୁସନ୍ ଅଫ୍ ଓସେନୋଗ୍ରାଫିର ଭୂଭୌତିକବିତ୍ ଡଙ୍କନ୍ ଏଗ୍ନ୍ୟୁ କହିଛନ୍ତି ଯେ, ପୋଲରେ ବରଫ ତରଳିବା କାରଣରୁ ପୃଥିବୀର ଘୂର୍ଣ୍ଣନ ଗତି ମନ୍ଥର ହୋଇ ଯାଉଛି। ଏହି ପରିବର୍ତ୍ତନ, ଗ୍ରହର କୋଣୀୟ ବେଗକୁ ପ୍ରଭାବିତ କରିଥାଏ। ପୋଲାର ବରଫ ତରଳି ଯାଉଥିବାରୁ ପୃଥିବୀର ଇକ୍ୟୁଏଟର ଚାରିପାଖରେ ଦ୍ରବ୍ୟମାନ ବୃଦ୍ଧି ପାଉଛି, ଯାହା ଗ୍ରହର ଘୂର୍ଣ୍ଣନ ବେଗକୁ ପ୍ରଭାବିତ କରିଥାଏ।
ପ୍ରଫେସର ବେନେଡିକ୍ଟ ସୋଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଅଧ୍ୟୟନ ନେଚର ଜିଓସାଇନ୍ସ ଏବଂ ପିଏନ୍ଏଏସ୍ରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ଜଣେ ସ୍କେଟର ସ୍କେଟିଂ କରୁଥିବାବେଳେ ମୋଡ଼ ବୁଲିବାକୁ ଯାଇ ସନ୍ତୁଳନ ପାଇଁ ଦୁଇ ହାତକୁ ପ୍ରସାରିତ କରିଥାନ୍ତି। ଏହି ସନ୍ତୁଳନ ଯୋଗୁ ମୋଡ଼ ବୁଲିବାରେ ସୁବିଧା ହୋଇଥାଏ। ପୃଥିବୀର ଘୂର୍ଣ୍ଣନ ମଧ୍ୟ ଅନୁରୂପ ସୂତ୍ରରେ ହୋଇଥାଏ। କିନ୍ତୁ ପୃଥିବୀ ଅକ୍ଷରୁ ବସ୍ତୁତ୍ୱ ଦୂରେଇଯିବ |
ସୂଚନା ଅନୁସାରେ, ଲକ୍ଷ ଲକ୍ଷ ବର୍ଷ ଧରି ପୃଥିବୀର ଘୂର୍ଣ୍ଣନ ମନ୍ଥର ହୋଇଚାଲିଛି। ତେବେ ଜଳବାୟୁ ପରିବର୍ତ୍ତନ ଦିନକୁ ଦିନ କେତେ ମାରାତ୍ମକ ହେଉଛି ତାହା ଦର୍ଶାଇଛନ୍ତି ବୈଜ୍ଞାନିକ। ତେଣୁ ପୃଥିବୀର ସୁରକ୍ଷା ପାଇଁ ବର୍ତ୍ତମାନଠୁ ସଚେତନ ହେବାର ସତର୍କ ଜାରି ରହିଛି |