ଆସିବ ରାଜ୍ୟ ବଜେଟ୍ , ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
1 min readଆଜି ବସିବ ରାଜ୍ୟ ବଜେଟ | ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଅର୍ଥ ବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଜେଟ ଉପସ୍ଥାପନ କରିବେ | ବଜେଟ ଉପସ୍ଥାପନ କରିବାକୁ ଯାଉଥିବାରୁ କଣ ନୂଆ ଘୋଷଣା ରହିଛି ସମସ୍ତଙ୍କ ନଜର |
ମୋହନ ମାଝୀଙ୍କ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା କରିବା ଏବଂ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି | ଏହାଛଡା ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କାକୁ ବଢ଼ାଇ ବିଜୁ ଜନତା ସ୍ୱାସ୍ଥ୍ୟ ଯୋଜନା କାର୍ଡ ବଦଳରେ ଆୟୁସ୍ମାନ ଯୋଜନା କାର୍ଡର ଲାଗୁ ନେଇ ସରକାରଙ୍କ ବଜେଟରୁ ସ୍ପଷ୍ଟ ହେବ | ନିର୍ବାଚନ ସମୟରେ ଜୁନ ସବୁ ପ୍ରତିଶୃତି ଦିଆଯାଇଥିଲା ତାହା ପୁରାଣ ହୋଇଥିବା ବେଳେ ଅନେକ କିଛି ବାକି ରହିଛି | ତେବେ ଏହି ସବୁ ପାଇଁ ବଜେଟରେ କଣ ସବୁ ବ୍ୟବସ୍ଥା କରାଯିବ ତାହାକୁ ଗୁରୁତ୍ୱପୂର୍ଣ୍ଣ |
ବର୍ତ୍ତମାନ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି | ତେଣୁ କିଛି ମହତ୍ତ୍ୱାକାଂକ୍ଷୀ ବିଷୟରେ ମଧ୍ୟ ଯୋଜନା ଘୋଷଣା ମଧ୍ୟ ହୋଇପାରେ ଏହି ବଜେଟରେ | କେନ୍ଦ୍ର ବଜେଟରେ ଓଡିଶା ତୁଳନାରେ ଆନ୍ଧ୍ରପ୍ରଦେଶ ଏବଂ ବିହାରକୁ ଅଧିକ ଅନୁଦାନ ମିଳିଲା ବୋଲି ଅଭିଯୋଗ ହୋଇଛି | ଏପରିକି ସମୟରେ ରାଜ୍ୟରେ କଣ ବଜେଟ ଉପସ୍ଥାପନା ହେବ ତାହା ଉପରେ ସମସ୍ତଙ୍କ ନଜର | ତେବେ ଅର୍ଥ ବିଭାଗରେ ଥିବା ମୋହନ ଚରଣ ମାଝୀ ଆଜି ବିଧାନସଭାରେ ବଜେଟ ଉପସ୍ଥାପନ ସମୟରେ କିଛି ବଡ ଘୋଷଣା କରିପାରନ୍ତି ବୋଲି ଜଣାପଡିଛି |