Pratidin TV

Odisha's Digital News Platform

ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ; ଡିସେମ୍ବର ସୁଦ୍ଧା ସବୁ ସରକାରୀ କୋଠାରେ ଲାଗିବ ସୋଲାର ସିଷ୍ଟମ ….

1 min read

ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୂତି ପୂରଣ ହେଉଥିବା ନଜର ଆସୁଛି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ସମସ୍ତ ସରକାରୀ କୋଠାରେ ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି ।

ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସବୁ ସରକାରୀ କୋଠାରେ ସୌର ବିଦ୍ୟୁତ ଉପଲବ୍ଧ ହେବ । ଏନେଇ ରାଜ୍ୟ ସରକାର ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisement

ଯେଉଁ ସବୁ ସରକାରୀ ବିଭାଗ ଓ ସଂସ୍ଥାର କୋଠାରେ ୨୦୦ କିଲୋୱାଟ୍ ଅବା ତା’ଠୁ ଅଧିକ ବିଦ୍ୟୁତ ଆବଶ୍ୟକ ହେଉଥିବ ସେହି କୋଠାଗୁଡ଼ିକର ଛାତରେ ସୌରବିଦ୍ୟୁତ ପ୍ଲାଂଟ ସ୍ଥାପନ ରିନ୍ୟୁଓବଲ ଏନର୍ଜି ସର୍ଭିସ କମ୍ପାନୀ(ଆରଇଏସସିଓ) ଦ୍ୱାରା କରାଯିବ । ଏହି ମଡେଲରେ ବିଭାଗଗୁଡ଼ିକୁ କୌଣସି ପାଣ୍ଠି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏହି ସୋଲାର ସିଷ୍ଟମ ସ୍ଥାପନଠୁ ଆରମ୍ଭ କରି ୨୫ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ମରାମତି ଖର୍ଚ୍ଚ ଆରଇଏସସିଓ ତୁଲାଇବ ।

Leave a Reply

Your email address will not be published. Required fields are marked *