Pratidin TV

Odisha's Digital News Platform

ପୀଡିତାଙ୍କ ବୟାନକୁ ସହଜରେ ବିଶ୍ୱାସ କରି ପାରୁନି କ୍ରାଇମ୍‌ବ୍ରାଞ୍ଚ,ଭରତପୁର ଥାନାରେ କରିବ ତଦନ୍ତ

1 min read

ଭରତପୁର ଥାନା ଉପରେ ଏବେ କ୍ରାଇମବ୍ରାଞ୍ଚର ଆଖି | ପୀଡିତା ଦେଇଥିବା ବୟାନକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କ୍ରାଇମବ୍ରାଞ୍ଚ | କାରଣ ଏବେ ଆର୍ମି ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ମାମଲାରେ ଏବେ ଗ୍ରାଉଣ୍ଡ ଜିରୋକୁ ଯାଇ ଅନେକ ପ୍ରକାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ | ଯେଉଁ କାରଣ ପାଇଁ ଭରତପୁର ଥାନା ଓ ପଥରଗାଡ଼ିଆ ଯିବ ଏହି ଟିମ |

ତେବେ ସେହିଦିନ ରାତିରେ ଥାନାରେ କଣ ଘଟିଥିଲା, କେଉଁ ପରିସ୍ଥିତିରେ ଗଣ୍ଡଗୋଳ ହେଇଥିଲା ତାହାର ଟିକିନିକ ତଦନ୍ତ କରିବ କ୍ରାଇମବ୍ରାଞ୍ଚ | ଏପରିକି ଟିମକୁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ଭରତପୁର ଓ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି | ତେବେ ପୂର୍ବରୁ ମଧ୍ୟ ଆର୍ମି ଅଫିସର ତାଙ୍କ ବାନ୍ଧବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିଲେ | ଏହାସହ ମୋହନ ମାଝୀ ମଧ୍ୟ ମଧ୍ୟ ଆଶ୍ୱାସନା ଦେଇଥିଲେ ସବୁପ୍ରକାର ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଅନ୍ୟପଟେ ଏହି ଘଟଣାରେ ନିଲମ୍ବିତ ହୋଇଥିବା ୫ ଜଣ ପୋଲିସ ଅଧିକାରୀଙ୍କ ଉପରେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପ୍ରତିବାଦରେ ଏକାଠି ହୋଇଥିଲେ ଓଡିଶା ପୋଲିସ ଅଫିସର ଏବଂ କୁହାଯାଇଥିଲା କମିଶନରେଟ ପୋଲିସର ଏଭଳି ନିଷ୍ପତି ଦ୍ୱାରା ଖାକି ବର୍ଦ୍ଦି ଉପରେ ପ୍ରଶ୍ନ ଉଠୁଛି | ଏହାସହ ନିର୍ଦୋଶରେ ୫ ପୋଲିସ ଅଫିସରଙ୍କୁ ଦଣ୍ଡ ମିଳୁଛି | ଏହାଛଡା ନିଲମ୍ବିତ ଅଫିସରମାନଙ୍କ ପରିବାର ବର୍ଗ ମଧ୍ୟ ଏକାଠି ହୋଇଛନ୍ତି | କେବଳ ସେତିକି ନୁହେଁ ମେଜର ଓ ତାଙ୍କ ବାନ୍ଧବୀଙ୍କ ବୟାନ ଭିଡ଼ିଓ ଏଭିଡେନ୍ସ ମଧ୍ୟରେ ତାଳମେଳ ଖାଉନାହିଁ |

Advertisement

Leave a Reply

Your email address will not be published. Required fields are marked *