Pratidin TV

Odisha's Digital News Platform

ନାବାଳିକା ପୁଅ ଝିଅକୁ ମାଡମାରୀ ଲହୁଲୁହାଣ କଲା ସାବତ ମା’…

ମା’ ଶବ୍ଦରେ ଭରି ରହିଛି ସ୍ନେହ,ମମତା । ନିଜ ସନ୍ତାନ ପାଇଁ ମା’ମୃତ୍ୟୁ ସହ ସଂଘର୍ଷ କରିବାକୁ ବି ପଛାଇ ନଥାଏ । କୁହାଯାଏ ଯାହାର ମା’ ନାହିଁ ଦୁନିଆରେ ତାର କେହି ନାହିଁ । ଆଉ ଏ କଥାକୁ ବୋଧହୁଏ ପ୍ରମାଣ କରି ଦେଖାଇଛି ଜଣେ ସାବତ ମା । ହଁ ଆଜ୍ଞା ନିଜ ମା ଦୁଇ ନାବାଳକ ଛୁଆକୁ ପରକରି ଗଲା ପରେ ସାବତ ମା ଦେଉଥିଲା ଅକଥନୀୟ ଶାରିରୀକ ଓ ମାନସିକ ନିର୍ଯ୍ୟାତନ । ମାଡ ମାରି କରୁଥିଲା ଲହୁ ଲୁହାଣ । ଆଉ ଶେଷରେ ସାବତ ମା ପାଖରୁ ଜୀବନ ବଞ୍ଚାଇବା ପାଇଁ ଘର ଛାଡି ପଳାଇ ଆସିଲେ କୁନି ଭାଇ ଭଉଣୀ । ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ମାଡର ଚିହ୍ନ ଏମିତି ରହିଛି ଯେ କେହିକି ଦେଖିଲେ ଆଖିରେ ଲୁହ ଆସିଯିବ । ତେବେ ଏପରି ଏକ ଘଟଣା ଦେଖୀବାକୁ ମିଳିଛି ବାଙ୍କୀ ପାର୍ଥପୁର ଅଞ୍ଚଳରେ ।

ସୂଚନା ମୁତାବିକ ସେହି ଅଞ୍ଚଳର ଶଙ୍କର୍ଷଣ ନନ୍ଦଙ୍କ ପୁଅ ସୁନୀଲ କୁମାର ନନ୍ଦ ୧୪ ବର୍ଷ ତଳେ ଖୋର୍ଦ୍ଧାର ତ୍ରିଭୁବନ ନନ୍ଦଙ୍କ ଝିଅ ସୁହାସିନୀଙ୍କୁ ବିବାହ କରିଥିଲେ । ତାଙ୍କର ପ୍ରଥମ ସ୍ତ୍ରୀଙ୍କ ଠାରୁ ପୁଅ ଓ ଝିଅ ଅଛନ୍ତି । କୌଣସି କାରଣରୁ ପ୍ରଥମ ସ୍ତ୍ରୀ ସହ ବିବାହ ବିଚ୍ଛେଦ ହେବାପରେ ୪ ବର୍ଷ ତଳେ ଯାଜପୁରର ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ଝିଅ ପୁଷ୍ପଲତା ନନ୍ଦକୁ ଦ୍ୱିତୀୟ ବିବାହ କରିଥିଲେ । ଦ୍ୱିତୀୟ ପତ୍ନୀଙ୍କ ଠାରୁ ତାଙ୍କର ୨ ବର୍ଷର ଝିଅ ଅଛି । ଦ୍ୱିତୀୟ ପତ୍ନୀ ତଥା ପୁଅ, ଝିଅ ଙ୍କୁ ଧରି ସୁନୀଲ ଆଠଗଡ ଷୋଳଘରିଆ ନିକଟରେ କିଛି ଦିନ ହେବ ଭଡ଼ା ନେଇ ରହୁଛନ୍ତି । ସୁନୀଲ ସୋମବାର ବୋଲେରୋର ମରାମତି ପାଇଁ ଯାଇଥିଲେ । ଏହି ସମୟରେ ସୁନୀଲଙ୍କ ଦ୍ୱିତୀୟ ପତ୍ନୀ ସାବତ ପୁଅ ଓ ଝିଅକୁ ଆକ୍ରମଣ କରିଥିଲେ । ବେଲଣା ପେଡି, ଲୁହା ଖଡ଼ିକା ଦ୍ୱାରା ନାବାଳକ ପୁଅ ସୌରଭ ଓ ଝିଅ ସୌମ୍ୟାଶ୍ରୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ହୋଇ ପଡିଥିବା ବେଳେ ସାହି ପଡିଶା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ । ମୁଁହ, ହାତ,ଗୋଡ ଓ ପୁରା ଶରୀରରେ ମାଡ଼ ଚିହ୍ନ ଦେଖି ଉଭୟଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଠଗଡ ଡାକ୍ତରଖାନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ଗୁରୁତର ଭାଇ ଭଉଣୀଙ୍କୁ ଭେଟିବା ସହ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଖବର ପାଇଁ ପୁଲିସ ସାବତ ମା’ଙ୍କୁ ଥାନାରେ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *