Pratidin TV

Odisha's Digital News Platform

ରାମ ମନ୍ଦିରରେ ଦୁର୍ବଳ ହେଲାଣି ପଥର, ନିର୍ମାଣ କାର୍ଯ୍ୟରେ ହେଉଛି ବିଳମ୍ବ; ମିଳୁନାହାଁନ୍ତି ଶ୍ରମିକ

1 min read

ଅଯୋଧ୍ୟା ରାମ ମନ୍ଦିର, ବର୍ତ୍ତମାନ ସୁଦ୍ଧା ରାମ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ମାଣ କରଯାଇନାହିଁ | ଆହୁରି କାର୍ଯ୍ୟ ବାକି ଅଛି ତେବେ ସବୁଠୁ ବଡ କଥା ହେଉଛି ଗୋଟେ ପଟେ ଶ୍ରମିକର ଅଭାବ ଥିବା ସମୟରେ ଅନ୍ୟପଟେ ମନ୍ଦିରର ପଥର ଦୁର୍ବଳ ହେବାରେ ଲାଗିଛି | ତେବେ ୨0୨୫ ସୁଦ୍ଧା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେବାର ଥିଲା | କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି ନିର୍ମାଣ କାର୍ଯ୍ୟ ଆହୁରି ୩ ମାସ ବିଳମ୍ୱ ହେବ | ରାମ ମନ୍ଦିର ନିର୍ମାଣ କମିଟିର ଅଧକ୍ଷ ନୃପେନ୍ଦ୍ର ମିଶ୍ର ଏହାର ସୂଚନା ଦେଇଛନ୍ତି |

ତେବେ ନୃପେନ୍ଦ୍ର ମିଶ୍ରଙ୍କ କହିବାନୁଯାୟୀ, ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୨00 ଶ୍ରମିକଙ୍କ ଅଭାବ ରହୁଛି | ଏହାସହ ରାମ ମନ୍ଦିରର ପ୍ରଥମ ମହଲର ପଥର ପତଳା ଓ ଦୁର୍ବଳ ହେବାରେ ଲାଗିଛି | ଏଗୁଡ଼ିକୁ ବଦଳାଇବା ଆବଶ୍ୟକ ରହୁଛି ଯେଉଁଥିପାଇଁ ବହୁ ବିଳମ୍ବ ହେବାର କାରଣ ରହୁଛି |

Advertisement

ନୃପେନ୍ଦ୍ର ମିଶ୍ର ଏହା ମଧ୍ୟ କହିଛନ୍ତି ଯେ ମନ୍ଦିର ନିର୍ମାଣରେ ବ୍ୟବହୃତ ହେଉଥିବା ପଥରର ଗୁଣ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ସୂଚନା ଅନୁଯାୟୀ, ପ୍ରଥମ ମହଲାରେ ଥିବା କିଛି ପଥର ଦୁର୍ବଳ ଏବଂ ପତଳା ହୋଇଥିବା ଦେଖିବାକୁ ମିଳିଛି, ସେମାନଙ୍କ ସ୍ଥାନରେ ବର୍ତ୍ତମାନ ଅଧିକ ଶକ୍ତିଶାଳୀ ମାକ୍ରାନା ପଥର ବ୍ୟବହାର କରାଯାଉଛି | ଏହା ବ୍ୟତୀତ ଅଡିଟୋରିୟମ୍, ସୀମା ଏବଂ ଘୂର୍ଣ୍ଣନ ପଥ ପରି ମନ୍ଦିରର ଅନ୍ୟାନ୍ୟ ସଂରଚନାଗୁଡ଼ିକର ନିର୍ମାଣ ପ୍ରକ୍ରିୟା ମଧ୍ୟ ଚାଲିଛି | ‘ମନ୍ଦିରର ସୀମା କାନ୍ଥରେ ବ୍ୟବହାର ପାଇଁ ଲାଲ ବଂଶୀ ପାହଡ଼ପୁର ୮.୫ ଲକ୍ଷ ଘନଫୁଟ ପଥର ଅଯୋଧ୍ୟାରେ ପହଞ୍ଚି ସାରିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିଳ୍ପୀମାନେ ନିଶ୍ଚିତ କରିଛନ୍ତି ଯେ ମନ୍ଦିରର ସମସ୍ତ ପ୍ରତିମା ଡିସେମ୍ବର 2024 ସୁଦ୍ଧା ଶେଷ ହେବ ଏବଂ ଡିସେମ୍ବର ଶେଷ ସୁଦ୍ଧା ଏହି ପ୍ରତିମାମାନେ ଅଯୋଧ୍ୟାରେ ପହଞ୍ଚିବେ।

Leave a Reply

Your email address will not be published. Required fields are marked *