Pratidin TV

Odisha's Digital News Platform

ଦୁର୍ବଳ ହୋଇ ବାତ୍ୟାରୁ ଗଭୀର ଅବପାତର ପରିଣତ ହେଲା ଦାନା..

1 min read

ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଦାନା’ । ଦୁର୍ବଳ ହୋଇ ଏକ ଗଭୀର ଅବପାତ ରେ ପରିଣତ ହେଲା । ଗତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ସାରି ଛି । ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍‌ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍‌ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଥିଲା।

ବାତ୍ୟା ‘ଦାନା’ ହବାଳିଖଟିରେ ଲ୍ୟାଣ୍ଡଫଲ କରିବା ସହ ତାଣ୍ଡବ ରଚିଛି। କାହାର ଘର କାନ୍ଥ ଭାଙ୍ଗିଛି ତ କାହାର ଛପର ଉଡ଼ିଛି।ଏହାର ପ୍ରଭାବ ରେ ବଡ଼ ବଡ଼ ଗଛ ଉପୁଡି ପଡ଼ିବା ସହିତ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଦେଇଛି। ତେବେ ବର୍ତ୍ତମାନ ଦୁର୍ବଳ ହୋଇ ବାତ୍ୟାରୁ ଗଭୀର ଅବପାତର ରେ ପରିଣତ ହୋଇଛି । ଦୁର୍ବଳ ହୋଇ ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି ।ଏବେ ଉତ୍ତରପଶ୍ଚିମ ଆଡ଼େ ଗତି କରୁଛି ।ଏବେ ପବନର ବେଗ ୫୫ରୁ ୬୫ କିମି ରହିଥିବା ପାଣିପାଗ ଆଞ୍ଚଳିକ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *