Pratidin TV

Odisha's Digital News Platform

(ଭିଡିଓ) ଫ୍ୟାସନକୁ ପଛରେ ପକାଇ , ଏବେ ଚା’ ପ୍ରେମରେ ଉର୍ଫି

1 min read

ମୁମ୍ବାଇ : ନିଜ ଫ୍ୟାସନ ପାଇଁ ବେଶ୍ ଚର୍ଚ୍ଚିତ ଉର୍ଫି ଜାଭେଦ୍ । ନିଜ ହଟ୍ ଡ୍ରେସ୍ ଆଉ ଭିନ୍ନ ମନ୍ତବ୍ୟକୁ ନେଇ ସବୁବେଳେ ଲାଇମଲାଇଟ୍‌ରେ ରୁହନ୍ତି ସେ । କିନ୍ତୁ ନିକଟରେ ଉର୍ଫି ଏଭଳି କିଛି କରିଛନ୍ତି ଯାହାକୁ ଦେଖି ତାଙ୍କ ପ୍ରଶଂସକ ଓ ସମାଲୋଚକ ଅବାକ୍ ହୋଇପଡିଛନ୍ତି ।

ଇଷ୍ଟାଗ୍ରାମର ନୂତନ ପୋଷ୍ଟରେ , ଉର୍ଫି ଏକ ବିଚିତ୍ର ଧାତୁ /ଲୁହା ଟପ୍ ପିନ୍ଦିଥିଲେ । ଯାହା କଳା ରଙ୍ଗର ଜେଲ୍ କବାଟ ଭଳି ଥିଲା। ଏବଂ ତାହା ଉର୍ଫିଙ୍କ ମୁହଁକୁ ପୁରା ପୁରୀ ଢାଙ୍କିଦେଇଥିଲା । ଫଳରେ ଉର୍ଫି ନାକିଛି ଖାଇପାରୁଥିଲେ ନା କିଛି ପିଇ ପାରୁଥିଲେ । କିନ୍ତୁ କପେ ଚା କୁ ଦେଖି ଉର୍ଫି ଆଉ ନିଜକୁ ସମ୍ବାଳିପାରିନଥିଲେ । ସେଇ ଧାତୁ ନିର୍ମିତ ଡ୍ରେସ କଥା ତ ସେ ଯେମିତି ଭୁଲି ଯାଇଥିଲେ । ମୁଣ୍ଡରେ କେବଳ ଥିଲା ଚା ପିଇବା କଥା । କେମିତି ନିଜ ପ୍ରିୟ ଚା ପିଇବେ ସେ ଯାହା ହେଉନା କାହିଁକି । ତେବେ ଡ୍ରାଇଭରଙ୍କ ହାତରେ ଉର୍ଫି ଚା ମଗେଇଥିଲେ ସତ କିନ୍ତୁ ନିଜ ଡ୍ରେସ କଥା ସମ୍ପୂର୍ଣ୍ଣ ଭୁଲିଯାଇଥିଲେ ।

ଉର୍ଫି ଯେଉଁଭଳି ଡିଜାଇନର ଡ୍ରେସ୍ ପିନ୍ଧିଥିଲେ ସେଥିରେ ସେ କଦାପି ପାଣି କିମ୍ବା କିଛି ତରଳ ଜିନିଷ ଚା , କଫି,କୋଲ୍ଡଡ୍ରିକ୍ସ ଇତ୍ୟାଦି ପିଇବା ଅସମ୍ବବ ଥିଲା । କିନ୍ତୁ କୁହନ୍ତି ଯଦି ଆମେ ମନ ପ୍ରାଣ ଦେଇ କିଛି ଜିନିଷକୁ ଚାହାନ୍ତି ତେବେ ସେ ଆମକୁ ମିଳିଥାଏ । ଠିକ୍ ସେହିପରି ଉର୍ଫି ଅନେକ କଷ୍ଟକରି ଶେଷରେ ଚା’ଟିକୁ ପିଇପାରିଥିଲେ । ଯାହାର ଭିଡିଓ ବର୍ତ୍ତମାନ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି । ସେହି ସମୟର ଏକ ଭିଡିଓ କରି ଉର୍ଫି କ୍ୟାପସନରେ ଲେଖିଛନ୍ତି ଯେ ଯେତେବେଳେ ଚା ତୁମପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

https://www.instagram.com/reel/CsIk934PCE0/?utm_source=ig_web_copy_link&igshid=MzRlODBiNWFlZA==

Leave a Reply

Your email address will not be published. Required fields are marked *