Pratidin TV

Odisha's Digital News Platform

ମେହେନ୍ଦୀ ଲଗାଇ ଭୋଟର ସଚେତନ ନେଇ ଅଭିନବ ପ୍ରୟାସ କରିଲେ ଛାତ୍ରୀ

1 min read

ଜନତାଙ୍କୁ ଭୋଟ ଦେବା ପାଇଁ ସଚେତନ କରାଇଲେ ଛାତ୍ରୀ | ହାତରେ ମେହେନ୍ଦୀ ଲଗାଇ ଲୋକଙ୍କୁ ଭୋଟ କରିବାକୁ ନିବେଦନ କରିଲେ | ମେହେନ୍ଦୀ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ | ତେବେ ଚାଲିଛି ୨0୨୪ ଲୋକସଭା ନିର୍ବାଚନ | ଭୋଟରଙ୍କୁ ଭୋଟ ଦେବା ପାଇଁ ସଚେତନ କରିବାକୁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଛନ୍ତି ସମସ୍ତେ | ତେବେ ଏହି ମେହେନ୍ଦି ଜରିଆରେ ଭୋଟରଙ୍କୁ ସଚେତନ କରିବା କାର୍ଯ୍ୟକ୍ରମ ଅହମଦାବାଦର ଚାଲିଥିବା ସିଷ୍ଟମେଟିକ ଭୋଟ ଶିକ୍ଷା ଏବଂ ନିର୍ବାଚନୀ ଅଭିଯାନର ଏକ ଅଂଶ ଭାବରେ ମେହେନ୍ଦୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା |

ତେବେ ଏହି ପ୍ରତିଯୋଗିତାରେ ଯୁବପିଢ଼ିମାନେ ଭୋଟରଙ୍କ ମଧ୍ୟରେ ମତଦାନ ହାର ବୃଦ୍ଧି କରିବା ଲକ୍ଷ୍ୟରେ ଅଂଶ ଗ୍ରହଣ କରିଥିଲେ | ଅଂଶଗ୍ରହଣକାରୀମାନେ ସେମାନଙ୍କ ମେହେନ୍ଦୀ ଡିଜାଇନକୁ ନିର୍ବାଚନରେ ଅଂଶଗ୍ରହଣ ଏବଂ ଗଣତାନ୍ତ୍ରିକ ନୀତିଗୁଡିକୁ ପ୍ରତୀକ ସହିତ ଅନ୍ତର୍ଭୁକ୍ତ କରିଥିଲେ |

Advertisement

ଅହମଦାବାଦର ଏକ ହାଇସ୍କୁଲରେ ଏହି ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ ଛାତ୍ରୀମାନେ ଭୋଟ ବୃଦ୍ଧି ପାଇଁ ଏକ ବାର୍ତ୍ତା ଦେଇ ମେହେନ୍ଦୀକୁ ନିଜ ହାତରେ ଆଙ୍କିଥିଲେ | ଏଥିରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ପ୍ୟାରୀ ମହଲ ହାଇସ୍କୁଲର ଛାତ୍ରୀ ଜିଆ ସହ କହିଥିଲେ ଯେ, ଛାତ୍ରମାନେ ଭୋଟ ଦେବା ପାଇଁ ଲୋକଙ୍କୁ ପ୍ରେରଣା ଦେବା ପାଇଓ ଉଦ୍ୟୋଗ କରିଥିଲେ | ତେବେ ବିଦ୍ୟାଳୟରେ ଏକ ପ୍ରତିଯୋଗିତା ହୋଇଥିଲା ଯେଉଁଥିରେ ପ୍ରତ୍ୟକ ଭୋଟ ଗୁରୁତ୍ୱପୂର୍ଣ ବୋଲି କହିଥିଲେ |’ ଭୋଟ ଦେଇ ସରକାର ବାଛିବା, ଯାହା ସର୍ବସାଧାରଣଙ୍କ ପାଇଁ ଭଲ କାମ କରିବେ |’ ଏହା ଥିଲା ମେହେନ୍ଦୀ ପ୍ରତିଯୋଗିତାର ଥିମ |

Leave a Reply

Your email address will not be published. Required fields are marked *