Pratidin TV

Odisha's Digital News Platform

ପରୀକ୍ଷା ନଦେଇ ଆମ୍ବଗଛ ମୂଳେ ବସି ଶିକ୍ଷକଙ୍କୁ ବିରୋଧ କଲେ ଛାତ୍ର ଛାତ୍ରୀ…

1 min read


କଟକ: ପରୀକ୍ଷା ନଦେଇ ଆମ୍ବ ଗଛ ମୂଳେ ବସି ହୋହାଲ୍ଲା କଲେ ଛାତ୍ର ଛାତ୍ରୀ । ପରୀକ୍ଷା ଦେବାକୁ ବିଦ୍ୟାଳୟକୁ ଆସିଥିଲେ ପିଲା ହେଲେ ବିଦ୍ୟାଳୟରେ ନଥିଲେ ଶିକ୍ଷକ ଏବଂ ପ୍ରଧାନଶିକ୍ଷକ । ଖାଲି ସେତିକି ନୁହେଁ ସ୍କୁଲରେ ପରୀକ୍ଷା ଦେବା ପାଇଁ ସ୍ଥାନ ନିର୍ଦ୍ଧାରଣ ହୋଇନଥିବା ବେଳେ ସେମାନଙ୍କୁ କୌଣସି ପ୍ରକାର ପ୍ରଶ୍ନପତ୍ର ମଧ୍ୟ ମିଳିନଥିଲା । ଯେଉଁଥିପାଇଁ ସେମାନେ ସ୍କୁଲ ଆସି ସୁଦ୍ଧା ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ଏପଟେ କୁନି କୁନି ଛାତ୍ର ଛାତ୍ରୀ ମାନେ ନିଜ ଜିଦରେ ଅଟଳ, ଯାହା ପଛେ ହଉ ଆଜି ଆମେ ପରୀକ୍ଷା ଦେବୁ ନହେଲେ ଘରକୁ ଯିବୁନି । ହଁ ଆଜ୍ଞା ଷଷ୍ଠ, ସପ୍ତମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବା ପାଇଁ ପୂର୍ବରୁ ସୂଚନା ଦିଆଯାଇଥିଲା । କାର୍ଯ୍ୟ ସୂଚୀ ଅନୁଯାୟୀ ଛାତ୍ର ଛାତ୍ରୀ ମାନେ ନିର୍ଦ୍ଧାରିତ ସକାଳ ୧୦ ଘଣ୍ଟା ସମୟରେ ସ୍କୁଲ ରେ ପହଞ୍ଚି ଶ୍ରେଣୀ ଗୃହ ରେ ପରୀକ୍ଷା ଦେବା ପାଇଁ ବସିଥିଲେ । ହେଲେ ୧୨ ଟା ସମୟ ହୋଇଥିଲେ ମଧ୍ୟ ସେମାନଙ୍କୁ ପ୍ରଶ୍ନ ପତ୍ର ବଣ୍ଟନ ହୋଇନଥିଲା କି ପରୀକ୍ଷା ଆରମ୍ଭ ହେବା ପାଇଁ କୌଣସି ଜଣେ ହେଲେ ଶିକ୍ଷକ ଶ୍ରେଣୀ କୁ ଆସିନଥିଲେ । ଏବଂ ଦୀର୍ଘ ସମୟ ଧରି ଶିକ୍ଷକ ନ ଆସିବାରୁ ବାଧ୍ୟ ହୋଇ ଛାତ୍ର ଛାତ୍ରୀ ମାନେ ଶ୍ରେଣୀ ବାହାର କୁ ଆସି ଆମ୍ବ ଗଛ ମୂଳ ରେ ବସି ହୋହାଲ୍ଲା କରିଥିଲେ ।
ଏହି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁରାସ୍ଥିତ ରଘୁନାଥ ଦେବତା ଉଚ୍ଚ ବିଦ୍ୟାଳୟ ରେ । ଏବଂ ଛାତ୍ର ଛାତ୍ରୀ ମାନ ଙ୍କ ହୋହାଲ୍ଲା ଦେଖି ପରେ ଅଭିଭାବକ ମାନେ ଆସି ତୁରନ୍ତ ପରୀକ୍ଷା କରିବାକୁ ମଧ୍ୟ ଦାବି କରିବାର ଆଜି ଦେଖିବାକୁ ମିଳିଥିଲା । ଅପର ପଟେ ଆଜି ସେହି ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍କୁଲରେ ନ ରହି ନିକଟସ୍ଥ ବାଳିକା ସ୍କୁଲରେ ଏକ ମିଟିଂରେ ଥିଲେ ବୋଲି ଜାଣି ଅଭିଭାବକ ମାନେ ଯାଇ ପ୍ରଧାନ ଶିକ୍ଷକ ଙ୍କୁ ଘେରିଥିଲେ । ପରେ ପ୍ରଧାନ ଶିକ୍ଷକ ସ୍କୁଲକୁ ଆସି ଅପରାହ୍ନ ରେ ପରୀକ୍ଷା ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହାକୁ ନେଇ ଆଜି ବିଦ୍ୟାଳୟ ପରିସରରେ ଉତ୍ୟଜନା ଦେଖିବାକୁ ମିଳିଥିଲା । କାରଣ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥାକୁ ଘୋର ନିନ୍ଦା କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଅଭିଭାବକ ମାନେ ।

Advertisement

Leave a Reply

Your email address will not be published. Required fields are marked *