Pratidin TV

Odisha's Digital News Platform

ଭୁଲ ହୋଇଥିଲେ ଶୀଘ୍ର ସୁଧାରିବାକୁ NTAକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

1 min read

ବଢ଼ିବାରେ ଲାଗିଛି ନିଟ ବିବାଦ | ଦିନ ଗଡ଼ିବା ସହ ସୁପ୍ରିମକୋର୍ଟରେ ନିଟ୍‌ ପରୀକ୍ଷା ସହ ଜଡିତ ଆବେଦନ ବଢ଼ିବାରେ ଲାଗିଛି। ଆଜି ପୁଣି NEET ମାମଲକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTA ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ | ସୁପ୍ରିମ କୋର୍ଟ ଭୁଲ ହୋଇଥିଲେ ଶୀଘ୍ର ସୁଧାରିବାକୁ ଦେଇଛନ୍ତି ନିର୍ଦ୍ଦେଶ |

ଆଜି ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ବେଞ୍ଚ NEET UG 2024 ରେଜଲ୍ଟରେ ହୋଇଥିବା ହେରଫେରକୁ ନେଇ ଆବେଦନର ଶୁଣାଣି କରିଛନ୍ତି। ଏହି ସମୟରେ କୋର୍ଟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏବଂ କେନ୍ଦ୍ରକୁ ନୋଟିସ ଜାରି କରି ବର୍ଷିଛନ୍ତି । NEET-UG ପରୀକ୍ଷାରେ ହୋଇଥିବା କାଗଜପତ୍ର ଲିକ୍ ଏବଂ ଅନିୟମିତତା ସମ୍ପର୍କିତ ପିଟିସନ ଉପରେ ଜବାବ ମାଗିଛନ୍ତି ସୁପ୍ରିମ କୋର୍ଟ ।

ତେବେ ଯଦି ପରୀକ୍ଷାରେ ପ୍ରକୃତରେ ହେରଫେର୍‌ ହୋଇଥାଏ ତେବେ ଏହାକୁ ସମୟ ପୂର୍ବରୁ ସୁଧାରନ୍ତୁ। NTA ଜୁଲାଇ ୮ ତାରିଖରେ ପ୍ରସ୍ତୁତି ହୋଇ କୋର୍ଟ ସାମ୍ନାରେ ହାଜର ହୁଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦି କାହା ପକ୍ଷରୁ ୦.୦୦୧% ବି ଭୁଲ୍‌ ହୋଇଥାଏ, ତେବେ ଏହାକୁ ସଂପୂର୍ଣ୍ଣ ଭାବେ ସୁଧାରିବା ଉଚିତ୍ ବୋଲି କୋର୍ଟ କଡା ଭାଷରେ କହିଛନ୍ତି।

ସୁପ୍ରିମ କୋର୍ଟରେ ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦିପ ମେହତାଙ୍କ ଖଣ୍ଡପୀଠ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTAକୁ ଜବାବ ମାଗିଛନ୍ତି | ୨ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି |

Leave a Reply

Your email address will not be published. Required fields are marked *