ନିଟ୍ ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।
1 min readଆଉ ଥରେ ହେବନି ନିଟ୍ ପରୀକ୍ଷା । ପୁନଃ ଆବଦେନକୁ ଖାରଜ୍ କଲେ ସୁପ୍ରିମକୋର୍ଟ । ଶୁକ୍ରବାର ନିଟ୍ ପେପର ଲିକ୍ ମାମଲାରେ ସର୍ବୋଚ୍ଚ ଅଦାଲତ ଫଇସଲା ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ସବୁ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ଏହା ଏକ ସିଷ୍ଟୋମେଟିକ୍ ବିଫଳତା ନୁହେଁ । ପେପର ଲିକ୍ କେବଳ ହଜାରୀବାଗ ଓ ପାଟଣା ଅଞ୍ଚଳରେ ସୀମିତ ଥିଲା ।
ପେପର ଲିକ୍ ରୋକିବାକୁ ସୁଚିନ୍ତିତ ଏସଓପି ପ୍ରସ୍ତୁତ କରିବାକୁ ସରକାର ଓ ଏନଟିଏର ଦାୟିତ୍ୱ । ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏହି ରାୟ ବିରୋଧରେ କେହି ଅଭିଯୋଗ କରିବାକୁ ଚାହୁଁଥିଲେ ହାଇକୋର୍ଟ ଯାଇପାରିବେ ବୋଲି କୋର୍ଟ କହିଛନ୍ତି ।