Pratidin TV

Odisha's Digital News Platform

ବୁଲଡୋଜର ଆକ୍ସନରେ ରୋକ ଲଗାଇଲେ ସୁପ୍ରିମକୋର୍ଟ ..

1 min read

 ବୁଲଡୋଜର ଆକ୍ସନରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ଏହି ରୋକ ଅକ୍ଟୋବର ପର୍ଯ୍ୟନ୍ତ ଲାଗୁ କରାଯିବ । ତେବେ ସାର୍ବଜନୀନ ସ୍ଥାନ ଜବରଦଖଲ ହଟାଇବା ଲାଗି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହୋଇପାରିବ। କୋର୍ଟ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନ୍ୟାୟ ପନ୍ଥାର ମହିମା ମଣ୍ଡନ କରିବା ବନ୍ଦ ହେବା ଦରକାର। କେବଳ ଆଇନ ଅନୁଯାୟୀ ଜବରଦଖଲ ହଟାଇବା ଉଚିତ।

ଏହି ସମୟରେ ସଲିସିଟର ଜେନେରାଲ କହିଛନ୍ତି ଯେ ନୋଟିସ ଦିଆଯିବା ପରେ ବେଆଇନ ନିର୍ମାଣକୁ ବୁଲଡୋଜର ବ୍ୟବହାର କରି ହଟାଇ ଦିଆଯାଉଛି। ଏହା ଉପରେ ଜଷ୍ଟିସ୍ ବି.ଆର ଗାଭାଇ କହିଛନ୍ତି ଯେ ସଡ଼କ, ରାସ୍ତା, ଫୁଟପାଥ କିମ୍ବା ସର୍ବସାଧାରଣ ସ୍ଥାନରେ କରାଯାଇଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ଠିକ୍ ପ୍ରକ୍ରିୟା ସହିତ ଭାଙ୍ଗିବାକୁ ଦିଆଯିବ। କହିରଖୁଛୁ ଯେ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ଜାମିଆତ୍ ଉଲେମା-ଇ-ହିନ୍ଦ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଶୁଣାଣି ବେଳେ କୋର୍ଟ ଏହା କହିଛନ୍ତି। ବିଜେପି ଶାସିତ ରାଜ୍ୟରେ ମୁସଲମାନମାନଙ୍କୁ ଟାର୍ଗେଟ କରି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେତା ସୁପ୍ରିମକୋର୍ଟଙ୍କ ଆଦେଶକୁ ବିରୋଧ କରି କହିଛନ୍ତି ଯେ ଅଧିକାରୀଙ୍କ ହାତକୁ ଏହି

Leave a Reply

Your email address will not be published. Required fields are marked *