Pratidin TV

Odisha's Digital News Platform

ପ୍ରଚୁର ମଦ ପିଇ ରାସ୍ତାରେ ଗଡିଲେ ଶିକ୍ଷକ, ଭିଡିଓ କଲେ ଲୋକେ…

ପ୍ରଚୁର ମଦ ପିଇ ରାସ୍ତାରେ ଗଡିଲେ ଶିକ୍ଷକ । ଭାଇରାଲ ହେଲା ଭିଡିଓ । ଶିକ୍ଷକ ଜଣକ ଏତେ ମଦ୍ୟପାନ କରିଥିଲେ ଯେ ନିଶାଗ୍ରସ୍ତ ହୋଇ ବିଦ୍ୟାଳୟ ନ ଆସି ରାସ୍ତାରେ ଗଡୁଥିଲେ । ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଂଚାୟତ ହାତୀଖୁଲିଆ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଉକ୍ତ ଗ୍ରାମର ହାତୀଖୁଲିଆ ୟୁଜିୟୁପି ସ୍କୁଲ ଚାରି ଜଣ ଶିକ୍ଷକ ପ୍ରତିଦିନ ମଦ୍ୟପାନ କରି ଶିକ୍ଷାଦାନ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ପରେ ଗ୍ରାମବାସୀ ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଔପଦା ସହଶିକ୍ଷା ଅଧିକାରୀ ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ ଖାଳପାଳିଆଙ୍କୁ ବରଖାସ୍ତ କରାଯାଇଥିଲା । ଏବଂ ଅନ୍ୟ ତିନିଜଣ ଶିକ୍ଷକ ଯଥା ଭାସ୍କର ଚନ୍ଦ୍ର ସେଠୀ, ଶଙ୍କର୍ଷଣ ସିଂ, କମଳାକାନ୍ତ ଜେନାଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଇନଥିଲା । ହେଲେ ଗୁରୁବାର ଉକ୍ତ ତିନ ଜଣଙ୍କ ମଧ୍ୟରୁ ଶିକ୍ଷକ ଭାଷ୍କର ଚନ୍ଦ୍ର ସେଠୀ ସ୍କୁଲକୁ ଆସୁଥିବା ସମୟରେ ମଦ୍ୟପାନ କରି ନିଶାଗ୍ରସ୍ଥ ଅବସ୍ଥାରେ ରାସ୍ତା ଶୋଇଥିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଗ୍ରାମବାସୀ ମାନେ ସ୍ୱର ଉଠାଇଛନ୍ତି । କାରଣ ପିଲାଙ୍କୁ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ଅବସ୍ଥା ଯଦି ଏପରି ହୁଏ ତେବେ କୁନି କୁନି ପିଲାଙ୍କ ଉପରେ ଏହା କି ପ୍ରକାର ପ୍ରଭାବ ପକାଇବ ତାହାକୁ ନେଇ ଉଠିଛି ପ୍ରଶ୍ନ ।ତେବେ ଏଭଳି ଶିକ୍ଷକ ଶିକ୍ଷା ଦାନ କରିବା କେତେ ଦୂର ଯୁକ୍ତି ଯୁକ୍ତ ତାହା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ଗାଁ ଲୋକେ ।

Leave a Reply

Your email address will not be published. Required fields are marked *