(ଭିଡିଓ) ନାବାଳିକାକୁ ସ୍ତ୍ରୀ କହି୧୬ ଦିନ ଧରି କରି ଚାଲିଥିଲା ଦୁଷ୍କର୍ମ; ମନ ଭରିବା ପରେ କଲା ଛାତ୍ରୀଙ୍କ ସହ ଏଭଳି..
1 min readକନ୍ଧମାଳା: କୋଟଗଡରେ ଲଜ୍ୟା । ଶିକ୍ଷକ ସାଜିଲା ଭକ୍ଷକ । ଏବଂ ସମ୍ପର୍କରେ ଲାଗାଇଲା କଳଙ୍କ । ଏଭଳି ଘଟଣା ଯାହାକୁ ଶୁଣିଲେ ଆପଣଙ୍କର ବି ଲୋମ ଟାଙ୍କୁରି ଉଠିବ । କଲେଜକୁ ପାଠ ପଢିବାକୁ ଯାଇଥିଲେ ଛାତ୍ର୍ରୀ । ଫେରିବା ବାଟରେ ତା ସହ ଯାହା ସବୁ ଘଟିଲା ତାହା କୋଟଗଡରେ ଚାଚଂଲ୍ୟ ଖେଳାଇ ଦେଲା । ଆଜ୍ଞା ହଁ ଝିଅଟି ସହ ଘଟିଥିବା ଜଘନ୍ୟ କାଣ୍ଡକୁ ନେଇ ପୂରା ଗାଁ, ସହ ପରିବାର ମଧ୍ୟ ସ୍ତବ୍ଧ ହୋଇ ପଡିଛି । କନ୍ଧମାଳ ଜିଲ୍ଲାରୁ ଆସିଛି ଏହି ହୃଦୟ ବିଦାରକ ଘଟଣା । ସବୁଦିନ ଭଳି ଜନୈକ ନାବାଳିକା କୋଟଗଡ ଆଶାରାମ ବାପୁ କଲେଜ ଯାଇ ଫେରୁଥିଲେ । ଠିକ୍ ଏତିକି ବେଳେ ବାଟରେ ଜଗି ବସିଥିଲା ନରରୂପି ରାକ୍ଷସ ଶିକ୍ଷକ । ତାକୁ ବଳପୂର୍ବକ ଉଠାଇନେଇଥିଲେ ।
ପରେ ଦିନେ କି ଦୁଇଦିନ ନୁହଁ ଦଶ ଦିନ ଧରି ବ୍ରହ୍ମପୁରର ଏକ ନିଛାଟିଆ ସରକାରୀ କୋଠା ରେ ନାବାଳିକା କୁ କରିଥିଲା ବାରମ୍ବାର ଦୁଷ୍କର୍ମ । ଏହାକୁ ନାବାଳିକ ବିରୋଧ କରିବାରୁ ତାକୁ ଔଷଧ ଖୁଆଇ ନେଇ ଚାଲିଥିଲେ ଦେହସୁଖ । ପ୍ରତିବାଦ କଲେ ମିଳୁଥିଲା ନାନାପ୍ରକାର ଧମକ । ଆଉ ନିଜରୁ ନାବାଳିକାର ସ୍ୱାମୀ କହି ତା ଉପରେ ଅଧିକାର ଥିବା ନେଇ ଜୋର ଜବରଦସ୍ତି କରୁଥିଲେ । ଅଭିଯୁକ୍ତ ଜଣକ ହେଲା ନକୁଳ ପାରାସଟା । ସମ୍ପର୍କରେ ନାବାଳିକାର ଅଜା ହେବେ । ହେଲେ ଏଭଳି କାଣ୍ଡ ଭିଆଇ ଅଜା ନାତୁଣୀ ସମ୍ପର୍କରେ ଲଗାଇ ଦେଲେ କଳାଦାଗ । ତେବେ ନାବାଳିକା ପାଖରୁ ମନ ଭରିଯିବା ରୁ ଷୋହଳଦିନ ପରେ ବାଲିଗୁଡା ରେ ନାବାଳିକା କୁ ଛାଡି କେଉଁଆଡେ ଚାଲିଯାଇଛି ଅଭିଯୁକ୍ତ । ଯେମିତି ସେମିତି କରି ନାବାଳିକା ଜଣକ ଉଠି ସାହାଯ୍ୟ ମାଗି ପରିବାର ଲୋକଙ୍କୁ ଫୋନ କରିଥିଲେ । ଏବଂ ତା ସହ ହୋଇଥିବା ସମସ୍ତ ନିର୍ଯାତନା ବିଷୟରେ ଗୋଟେ ଗୋଟେ କରି ଜଣାଇଥିଲେ । ଏନେଇ ଜଣା ପଡିବା ପରେ ଦୁଃଖରେ ଭାଙ୍ଗି ପଡିଥିଲା ପରିବାର । ଝିଅକୁ ଉଦ୍ଧାର କରି ଘରକୁ ନେଇଥିଲା ।
ଏହାପରେ କୋଟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର । ଅଭିଯୋଗ ଆଧାରରେ ପୋଲିସ କେସ ନଂ ୧୧୬/୨୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ତଦନ୍ତ ଚାଲୁରଖିଥିବା ବେଳେ ଘଟଣା କୁ ମାସେ ପରେ ବି ଅଭିଯୁକ୍ତ ନକୁଳ କୁ ଗିରଫ କରାଯାଇ ନ ଥିବା ରୁ ଆଜି ପୁଣି କୋଟଗଡ ଥାନାରେ ପୀଡିତା ଓ ପରିବାର ଲୋକେ ଦ୍ୱାରସ୍ତ ହୋଇଛନ୍ତି । ନାବାଳିକା ଦୁଷ୍କର୍ମର ଶିକାର ହୋଇ ଯନ୍ତ୍ରଣା ଭୋଗୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଖୋଲା ବୁଲୁଥିବା ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।