ଶିକ୍ଷକଙ୍କୁ ଘୋଷାଡି ନିର୍ଦ୍ଧୁମ୍ ଛେଚିଲେ ଅବିଭାବକ, କୁନି କୁନି ଛାତ୍ରୀଙ୍କୁ ପାଠ ପଢାଇବା ସମୟରେ କରୁଥିଲେ ଅସଦାଚରଣ …..
1 min readରାୟଗଡା ; ରାୟଗଡା ସହରର ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ।
ବିଦ୍ୟାଳୟ ଶ୍ରେଣୀ ଭିତରେ ଛାତ୍ରୀ ମାନଙ୍କୁ ଅସଦାଚରଣ । ଅସଦାଚରଣର ଚରମ ସୀମା ଟପିଛନ୍ତି ବିଦ୍ୟାଳୟର ୫୯ ବର୍ଷର ଜଣେ ଶିକ୍ଷକ । ତୃତୀୟ ଶ୍ରେଣୀର ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ସହକର୍ମୀଙ୍କ ଅନୁପସ୍ଥିତିରେ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁ ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା ଦେଉଛନ୍ତି । ଆଉ ଏହି ଖବର ଜଣାପଡିବା ପରେ ବିଦ୍ୟାଳୟ ପରିସରରେ ଲାଗିରହିଥିଲା ଉତ୍ତେଜନା । ଏପରି ଅମାନବିୟ ଘଟଣା ରାୟଗଡା ଇନ୍ଦିରାନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ବିଦ୍ୟାଳୟର ଶିକ୍ଷକ ମନୋରଂଜନ ନାୟକ ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରୀ ମାନଙ୍କୁ କୋଳରେ ବସାଇ ଅସଦାଚରଣ କରଥିବା ସଂଘାତିକ ଅଭିଯୋଗ ହୋଇଛି । ଶିକ୍ଷକଙ୍କ ଏପରି ଦୁର୍ବ୍ୟବହାର ପରେ କିଛି ଛାତ୍ରୀ ସ୍କୁଲ ଆସିବା ଛାଡି ଦେଇଛନ୍ତି । ତେବେ ଅସଦାଚରଣର ଶିକାର ହୋଇଥିବା କିଛି ଛାତ୍ରୀ ନିଜ ମାବାପାଙ୍କୁ କହିବା ପରେ ଆଜି ଅବିଭାବକ ମାନେ ବିଦ୍ୟାଳୟ ଘେରିବା ପରେ ସଂପୃକ୍ତ ଶିକ୍ଷକଙ୍କୁ ଘୋଷାଡି ଘୋଷାଡି ମାଡ ମାରିଛନ୍ତି । କିଛି ଅସଦାଚରଣର ଶିକାର ହୋଇଥିବା ଛାତ୍ରୀ ମଧ୍ୟ ଶିକ୍ଷକଙ୍କୁ ମାଡ ମାରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ରାୟଗଡା ଟାଉନ୍ ଥାନା ପୁଲିସ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ଉଦ୍ଦାର କରିବା ସହ ଥାନାରେ ଅଟକ ରଖିଛି ।
ଅସଦାଚରଣ କଥାକୁ କାହାରିକୁ କହିଲେ ଟିସି ଦେଇ ସ୍କୁଲରୁ ବିଦା କରାଯିବ ବୋଲି ସଂପୃକ୍ତ ଶିକ୍ଷକ ପିଲା ମାନଙ୍କୁ ଧମକ ଦେଉଛନ୍ତି । ଏହି ବିଦ୍ୟାଳୟରେ ୪ ଜଣ ଶିକ୍ଷକ ଓ ୩ ଜଣ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଅନୁପସ୍ଥିତିରେ ଶିକ୍ଷକ ମନୋରଂଜନ ନାୟକ ପିଲା ମାନଙ୍କୁ ଅସଦାଚରଣ କରୁଥିଲେ । ଏହି ଘଟଣା ଘଟିବା ପରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବିଭାବକ ମାନେ ଦାବି କରିଛନ୍ତି । ସେହିପରି ଛାତ୍ରୀ ମାନଙ୍କୁ ଅସଦାଚରଣ କରାଯାଇ ଏହା ଏକ ମିଥ୍ୟା ଅଭିଯୋଗ ବୋଲି ଶିକ୍ଷକ ମନୋରଂଜନ କହିଛନ୍ତି । ଅନ୍ୟପଟେ ତୁରନ୍ତ ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ କରି ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ।
ଆଜି ବିଦ୍ୟାଳୟ ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅସଦାଚରଣର ଶିକାର ହୋଇଥିବା ଛାତ୍ରୀ ମାନେ କାନ୍ଦି କାନ୍ଦି ପୁଲିସ ଆଗରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଅବିଭାବକ ମାନେ ଦାବି କରିଛନ୍ତି ।