Pratidin TV

Odisha's Digital News Platform

ମନ୍ଦିର ପୂଜକଙ୍କ ଝିଅ ବ୍ଲକ ଟପ୍ପର ।

1 min read

ନରସିଂହପୁର ; କଟକ ଜିଲ୍ଲା ନରସିଂହପୁର ବ୍ଲକ ନୁଖାପଡ଼ା ଗ୍ରାମର ଶ୍ରୀନିବାସ ନନ୍ଦ ଙ୍କ ଝିଅ ସସ୍ମିତା ନନ୍ଦ ଚଳିତ +୨ କଳା ପରୀକ୍ଷା ରେ ୫୪୨ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ନରସିଂହପୁର ବ୍ଲକ ରେ ଟପ୍ପର ହୋଇଛନ୍ତି । ପେଶାରେ ସସ୍ମିତା ଙ୍କ ବାପା ଜଣେ ମନ୍ଦିର ପୂଜକ ଏବଂ ଗରିବ ପରିବାର ର । ତଥାପି ଝିଅ କୁ ପାଠ ପଢ଼େଇବା ପାଇଁ ବହୁତ ପରିଶ୍ରମ କରନ୍ତି । ବାପାଙ୍କ ପରିଶ୍ରମ କୁ ବ୍ୟର୍ଥ କରିନାହାନ୍ତି ସସ୍ମିତା ।

ଦିନ ରାତି ଏକ କରିଦେଇ ସେ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ନରସିଂହପୁର କଲେଜ ରେ ଅଧ୍ୟୟନ କଲେ ମଧ୍ୟ ସେ ନରସିଂହପୁର ପିସି ୱାର୍ଲଡ କୋଚିଂ ସେଣ୍ଟର ରେ ଅଧ୍ୟୟନ କରି ଏହି ସଫଳତା ପାଇ ପାରିଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହା ସହିତ ସେ ଏହି କୋଚିଂ ସେଣ୍ଟର ର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଏବଂ କଲେଜ ର ଅଧ୍ୟାପକ ଏବଂ ଅଧ୍ୟାପିକା ଙ୍କୁ ଏହାର ଶ୍ରେୟ ଦେଇଛନ୍ତି ।

Advertisement

ଏନେଇ ପି ସି ୱାର୍ଲଡ ର ମୁଖ୍ୟ ରଶ୍ମି ରଞ୍ଜନ ରାଉତ କହିଛନ୍ତି ସେ ବହୁତ ପରିଶ୍ରମ କରନ୍ତି ଏବଂ ଭଲ ଛାତ୍ରୀ ଜଣେ । ତୁଳସୀ ଦୁଇ ପତ୍ର ରୁ ବାସିଲା ଭଳି ତାଙ୍କର ସଫଳତା ବାରି ହୋଇ ପଡ଼ୁଥିଲା । ଆଗାମୀ ଦିନରେ ଆହୁରି ଉଚ୍ଚ ଶିକ୍ଷା ଗ୍ରହଣ କରି ଜଣେ ଅଧ୍ୟାପିକା ହେବା ପାଇଁ ସସ୍ମିତା ଲକ୍ଷ୍ୟ ରଖିଛନ୍ତି ।

Leave a Reply

Your email address will not be published. Required fields are marked *