Pratidin TV

Odisha's Digital News Platform

ଚୋରି କରି ପ୍ରତିଶ୍ରୁତି ଦେଲା ଚୋର, ଯାହା ନେଇଛି ମାସେ ପରେ ସବୁ ଫେରାଇ ଦେବି

ଚୋରି କରି ପ୍ରତିଶୃତି ଦେଇ ଚାଲିଗଲା ଚୋର | ଗୋଟିଏ ମାସ ମଧ୍ୟରେ ସବୁ କିଛି ଫେରାଇ ଦେବାର ଚିଠିରେ ଲେଖିଯାଇଛି ଚୋର | ତେବେ ଜଣେ ଚୋର ଏଭଳି କିଛି ଚିଠି ଲେଖି କ୍ଷମା ପ୍ରାର୍ଥନା କରିଛି | ଏହାସହ ଗୋଟିଏ ମାସର ସମୟ ନେଇ ସବୁ ଫେରାଇଦେବ ବୋଲି କହିଛି | ଏଭଳି କିଛି ଚକିତ କଲା ପରି ଘଟଣା ଘଟିଛି ତାମିଲନାଡୁର ମେଘନାପୁରମରେ |

ସୂଚନା ଅନୁଯାୟୀ, ଜଣେ ଅବସର ପ୍ରାପ୍ତ ଦମ୍ପତିଙ୍କ ଘରୁ ଏହି ଚୋର ଆସି ଚୋରି କରିଥିଲା | ଦମ୍ପତିଙ୍କ ଘରେ ଜଣେ ଗ୍ରହ କର୍ମୀଙ୍କୁ ଦାୟିତ୍ୱ ଦେଇ ପୁଅ ପାଖକୁ ବୁଲିବାକୁ ଯାଇଥିଲେ ଦମ୍ପତି | ଗୃହ କର୍ମୀ ଜଣକ ସବୁବେଳେ ଘରକୁକ ଆସି ଦେଖାଶୁଣା କରି ଯାଇଥାନ୍ତି | କିନ୍ତୁ ଜୁନ ୨୬ରେ ସେ ଘର କବାଟ ଖୋଲା ଥିବାର ଦେଖିଥିଲେ ସେ ଆଶ୍ଚର୍ଯ୍ୟ ହୋଇପଡିଥିଲେ | ଏନେଇ ସେ ଘର ମାଲିକଙ୍କୁ ଜଣାଇଥିଲେ | ଏନେଇ ଶିକ୍ଷକ ଦମ୍ପତି ଆସି ଘରେ ପହଞ୍ଚି ଦେଖିଲା ବେଳକୁ ଆଲମାରୀରୁ ୬0 ହଜାର ନଗଦ ଟଙ୍କା ସମେତ ୧୨ ଗ୍ରାମର ସୁନା ଅଳଙ୍କାର ଓ ଗୋଟିଏ ରୁପାର ପାଉଁଜି ନାହିଁ | ଚୋର ଜଣକ ଚୋରି କରିନେଇଛି |

ତେବେଦମ୍ପତି ଜଣକ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଲା ବେଳେ ଏକ ଚିଠି ପାଇଥିଲେ | ଯେଉଁଥିରେ ଚୋର ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥିଲା |

ତେବେ ଚିଠିରେ ଲେଖାଯାଇଥିଲା, ମୋତେ କ୍ଷମା କରିଦେବେ ମୋ ଘରେ କେହି ଅସୁସ୍ଥ ଥିବାରୁ ମୁଁ ଏହି ଚୋରି କରୁଛି | କିନ୍ତୁ ମୁଁ କଥା ଦେଉଛି ଗୋଟିଏ ମାସ ମଧ୍ୟରେ ମୁଁ ନିଶ୍ଚୟ ସବୁ ଜିନିଷ ଫେରାଇ ଦେବି | ପୋଲିସ ସେ ଚିଠିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି |

ତେବେ କେରଳରେ ମଧ୍ୟ ଗତ ବର୍ଷ ସମାନ ଘଟଣା ଘଟିଥିଲା | ଜଣେ ବ୍ୟକ୍ତି ୩ ବର୍ଷର ଶିଶୁ ଠାରୁ ଚୋରି କରି ନେବା ପରେ ଏହାକୁ ବିକ୍ରି କରି ଟଙ୍କା ଫେରାଇ ଦେଇଥିଲା | ଏଥିସହ ଚୋରି ପାଇଁ ମଧ୍ୟ କ୍ଷମା ପ୍ରାର୍ଥନା କରିଥିଲା |

Leave a Reply

Your email address will not be published. Required fields are marked *