Pratidin TV

Odisha's Digital News Platform

ଲୁଟେରା ମାନଙ୍କୁ ଏମିତି ମଜା ଚଖାନ୍ତୁ ; ସୁନା ମଙ୍ଗଳସୂତ୍ର ଲୁଟ୍ ବେଳେ ଫେଲ୍‌ ମାରିଲା ଚୋର , ଖାଇଲା ନିର୍ଦ୍ଦୁମ୍ ଝାଡୁପାହାର ।

1 min read

ରାୟଗଡ଼ା ; ରାୟଗଡ଼ ସହରରେ ଥମୁନି ଲୁଟ୍ । ମହିଳାଙ୍କ ବେକରୁ ସୁନା ଚେନ ଝିଙ୍କି ନେବାକୁ ଉଦ୍ୟମ ଫେଲି ମାରିଥିବା ଆଉ ଲୁଟେରା ଜଣଙ୍କ ମହିଳାଙ୍କ ଠାରୁ କିଭଳି ମାଡ ଖାଇଲା ସେ ସବୁ ସିସିଟିଭିରେ କଏଦ୍ ହୋଇଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ ସହର ନେହେରୁ ନଗର ଦ୍ୱିତୀୟ ଗଳିରେ।

ସକାଳ ୬.୧୫ ସମୟରେ ଏମ ରଜନୀ ନାମକ ୪୧ବର୍ଷୀୟ ମହିଳା ଜଣକ ନିଜ ଘର ଦାଣ୍ଡରେ ଝାଡୁ କରୁଥିବା ସମୟରେ ଜଣେ ଦୃର୍ବୁତ୍ତ କିଛି ଦୁରରେ ବାଇକ୍ ରଖି ଏମ ରଜନି ଙ୍କ ବେକରୁ ସୁନାର ମଙ୍ଗଳ ସୂତ୍ର ଟାଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ମହିଳାଙ୍କ ଦୁରଦୃଷ୍ଟି ନିଜର ମଙ୍ଗଳ ସୁତ୍ର ରକ୍ଷା କରିବାରେ ସଫଳ ହୋଇଛନ୍ତି। ନିଜ ଦୁଇ ହାତରେ ମଙ୍ଗଳ ସୂତ୍ର କୁ ଜାବୁଡ଼ି ଧରି ଦୁବୃର୍ତ୍ତ କୁ ଝାଡୁରେ ପିଟିଥିଲେ। ତଥାପି ଦୁବୃର୍ତ୍ତ ମହିଳାଙ୍କୁ ତଳେ ପକାଇ ମଙ୍ଗଳ ସୂତ୍ର ଲୁଟ୍ ଉଦ୍ୟମ କରୁଥିବାର ଦେଖି ସ୍ଥାନୀୟ ବାସିନ୍ଦା ତିରୁପତି ପ୍ରସାଦ ଗଉଡ ପାଟି କରିବାରୁ ଦୁବୃର୍ତ୍ତ ମହିଳାଙ୍କୁ ତଳେ ପକାଇ ଦୌଡ଼ି ପଳେଇ ଥିଲେ।

Advertisement

ଗତ ଦୁଇମାସ ତଳେ ଜଣେ ମହିଳାଙ୍କ ସହିତ ଏହିଭଳି ଘଟଣା ଘଟିଥିବା ବେଳେ, ବାରମ୍ୱାର ଏହିଭଳି ଘଟଣାକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିଛନ୍ତି। ଦୁବୃର୍ତ୍ତ ମାନେ ମହିଳା ମାନଙ୍କୁ ଟାର୍ଗେଟ ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ରାୟଗଡ଼ ଜିଲ୍ଲାକୁ ପ୍ରଥମ ଥର ପାଇଁ ମହିଳା ଏସପି ସ୍ଵାତୀ ଏସ୍ କୁମାର କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ମହିଳାଙ୍କ ସୁରକ୍ଷା ନିମନ୍ତେ କେଉଁଭଳି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *