Pratidin TV

Odisha's Digital News Platform

ଚୋର ନେଇଗଲା ୭୦ ୟୁିନିଟ୍ ପ୍ଲାଜମା , ଥାନାରେ ହେଲା ଅଭିଯୋଗ ..

1 min read

ସାଧାରଣତଃ ଚୋର ସୁନା ରୂପା ନହେଲେ କିଛି ମୂଲ୍ୟବାନ ପଦାର୍ଥ ଚୋରି କରିଥାଏ । ହେଲେ ଏଠାରେ ଚୋର ସୁନାରୁପା ଛାଡି ଚୋରି କରିଛି ୭୦ ୟୁନିଟ୍ ର ପ୍ଲାଜମା । ଯାହା ସାମ୍ନାକୁ ଆସିବା ପରେ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାନୁଯାୟୀ ରାଜଧାନୀ ଜୟପୁରରୁ ଏପରି ଅଜବ ମାମଲା ସାମ୍ନାକୁ ଆସିଛି । ଜୟପୁରର ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ପରେ ପୁରା ଡାକ୍ତରଖାନା ରେ ଆତଙ୍କ ଖେଳିଯାଇଥିଲା । ଏ ସମ୍ପର୍କରେ ଡାକ୍ତରଖାନା ପରିଚାଳନା ପୋଲିସ ଷ୍ଟେଶନରେ ଦ୍ୱାରସ୍ଥ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି । ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି । ଏହା ବ୍ୟତୀତ ବ୍ଲଡ ବ୍ୟାଙ୍କର ଦାୟିତ୍ୱରେ ଥିବା ଡକ୍ଟର ସତେନ୍ଦ୍ର ସିଂଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସର କହିବା ଅନୁଯାୟୀ , ସାୱାଇ ମାନସିଂ ମେଡିକାଲ କଲେଜରେ ଲାଗିଥିବା ଜେ.କେ ଲନ ହସ୍ପିଟାଲର ବ୍ଲଡ ବ୍ୟାଙ୍କରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି । ଶନିବାର ରାତିରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ନିଜେ ଡାକ୍ତରଖାନା ପ୍ରଶାସନ ସ୍ତରରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ପ୍ଲାଜମା ହସ୍ପିଟାଲ୍ ପ୍ରଶାସନ ଦ୍ୱାରା ଟେଣ୍ଡର କରାଯାଏ ଏବଂ ଟୀକାକରଣ ୟୁନିଟ୍ କୁ ବିକ୍ରି କରାଯାଏ । ପ୍ଲାଜାମାରୁ ପ୍ରୋଟିନ୍ ବାହାର କରିଥାଏ । ପ୍ରତିବର୍ଷ ମେଡିକାଲ କଲେଜରୁ ପ୍ରାୟ ୪ କୋଟି ଟଙ୍କା ମୂଲ୍ୟର ପ୍ଲାଜମା ବିକ୍ରି ହୁଏ । ଗୋଟିଏ ଲିଟର ପ୍ଲାଜମା ମୂଲ୍ୟ ପ୍ରାୟ ୩୯୦୦ ଟଙ୍କା । ପ୍ଲାଜମା ଚୋରି ମାମଲାର ଗମ୍ଭୀରତାକୁ ବିଚାର କରି ଏହି ବିଷୟରେ ସର୍ବୋଚ୍ଚ ସ୍ତରରେ ସୂଚନା ଦିଆଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *