Pratidin TV

Odisha's Digital News Platform

ଲାଇଟ୍‌ପୋଷ୍ଟକୁ ଭାଙ୍ଗି ବ୍ରିଜ୍ ତଳକୁ ଖସିଲା ଟ୍ରକ୍ , ଡ୍ରାଇଭର ଓ ହେଲପର ଗୁରୁତର ।

1 min read

ବ୍ରିଜ୍ ତଳକୁ ଖସପଡିଲା କଦଳୀ ବୋଝେଇ ଟ୍ରକ, ଡ୍ରାଇଭର ଓ ହେଲପର ଗୁରୁତର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଭଦ୍ରକ ୧୬ନଂ ଜାତୀୟ ରାଜପଥର ଗେଲପୁର ଛକ ନିକଟରେ କଟକରୁ କଦଳୀ ବୋଝେଇ କରି ଟ୍ରକଟି ବାଲେଶ୍ବର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା କଡରେ ଲାଇଟ ପୋଷ୍ଟକୁ ଭାଙ୍ଗିଵା ସହ ବ୍ରୀଜକୁ ଓଲଟି ପଡିଥିଲା।

ଟ୍ରକଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା ବେଳେ ଏହି ଟ୍ରକର ଡ୍ରାଇଭର ଓ ହେଲପରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଭଦ୍ରକ।ଗ୍ରାମାଞ୍ଚଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ରାସ୍ତା ସଫା କରିବା ପାଇଁ ଚେଷ୍ଟା କରୁଛି।

Advertisement

Leave a Reply

Your email address will not be published. Required fields are marked *