Pratidin TV

Odisha's Digital News Platform

ଭାରସାମ୍ୟ ହରାଇ ଗାଁରେ ଧସେଇ ପଶିଲା ଟ୍ରକ…..ମାରୁତି XUV କାର, ଅଟୋ ସହ ଭାଙ୍ଗିଲା ୨ ଘର

1 min read

ଯାଜପୁର ଜିଲ୍ଲା ନୂଆଗଡ ଗୋଲେଇ ଛକ ନିକଟରେ ଗତ କାଲି ବିଳମ୍ୱିତ ରାତିରେ ଏକ ୧୬ ଚକିଆ ଟ୍ରକ୍ ଦୃତ ଗତିରେ ଜନ ବସତି ଆଡ଼କୁ ଧସେଇ ପଶିଥିଲା l ରାତ୍ରି କାଳୀନ ଦୁର୍ଘଟଣାଟି ଅତ୍ୟନ୍ତ ଭୟାନକ ଥିଲା | ଫଳରେ ଲୋକେ ଶୋଇଥିବା ବେଳେ କାମିନୀ ଗୁରୁଙ୍କ ଘର, ବିଶ୍ଵନାଥ ଗୁରୁଙ୍କ ଘର, ରାଗୁଚି ଗୁରୁଙ୍କ ଦୋକାନ ଘର,ଟୁନା ଗୁରୁଙ୍କ ମାରୁତି XUV କାର ଓ କୈବଲ୍ୟ ଗୁରୁଙ୍କ ଅଟୋ ଘଟଣାସ୍ଥଳରେ ଗୁଣ୍ଡ ହୋଇଯାଇଛି l ଏହି ଦୁର୍ଘଟଣାରେ କାମିନୀ ଗୁରୁଙ୍କ ପରିବାର ମୃତ୍ୟୁ ମୁଖରୁ ବଞ୍ଚି ହୋଇଛନ୍ତି ଆହତ l

ଘଟଣାସ୍ଥଳରେ କୋରାଇ ପୋଲିସ ଓ NHAI କର୍ତ୍ତୃପକ୍ଷ ପହିଁଞ୍ଚି ଦୃଘଟଣା ଗ୍ରସ୍ତ OD 09AA177 ଟ୍ରକକୁ ଜବତ କରିବା ସହ, OD 020J5096 ମାରୁତି ସୁଜୁକି XUV, OD34B8988 ଅଟୋ ଗାଡ଼ିର ଅବସ୍ଥାକୁ ଯାଞ୍ଚ କରିଛି I ତେବେ କେନ୍ଦୁଝର, କଟକ, ଭଦ୍ରକ୍, ଢେଙ୍କାନାଳ କୁ ସଂଯୋଗ କରୁଥିବା ଏହି ନୂଆଗଡ ଗୋଲେଇ ଛକ ର ୨୦ ନମ୍ୱର ଜାତୀୟ ରାଜପଥ କଡ଼ରେ ପ୍ରତେକ ଦିନ ବଡ ବଡ଼ ଦ୍ରୁଘଟଣା ଘଟୁଛି l ଏବଂ ଏହି ରାସ୍ତା କଡରେ ଅନେକ ଗୁଡ଼ିଏ ଗାଁ ରହିଥିବାରୁ ପ୍ରତେକ ଦିନ ଲୋକ ମାନେ ଏଠାରେ ନିଜ ଜୀବନକୁ ପାଣି ଛଡାଇ ବଞ୍ଚୁଛନ୍ତି I ତେଣୁ NHAI କର୍ତ୍ତୃପକ୍ଷ ଏଠାରେ ବାରିଗେଟ ଓ ସାଇନ୍ ବୋର୍ଡ ସହ ଗାଡ଼ି ଗୁଡ଼ିକର ଗତିସୀମାକୁ ନିୟନ୍ତ୍ରଣ କରିବାର ବ୍ୟବସ୍ଥା କଲେ ଲୋକ ମାନେ ଶାନ୍ତିରେ ଜୀବନଯାପନ କରି ପରନ୍ତେ ବୋଲି ଗ୍ରାମବାସି ଦାବି କରିଛନ୍ତି l

Advertisement

Leave a Reply

Your email address will not be published. Required fields are marked *