Pratidin TV

Odisha's Digital News Platform

ରାସ୍ତାରେ ଓଲଟିପଡିିଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଚାଳକ

1 min read

ଗଜପତି : ଓଲଟିଲା ମାଲବୋଝେଇ ଟ୍ରକ । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବ୍ରହ୍ମପୁରୁ ଠାରୁ କନ୍ଧମାଳ ଜିଲ୍ଲା ବ୍ରକ୍ଷହ୍ମମୁଣିଗାଁ ଗଦାପୁର ଅଭିମୁକେ ଯାଉଥିଲା ଟ୍ରକ । ତେବେ ଗାଡିରେ ଅଧିକ ମାଲ ବୋଝେଇ ନେଇ ଟ୍ରକ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦାମଦୁଆ ନିକଟସ୍ଥ ପୁଇଗୁଡା ଠାରେ ଓଲଟି ପଡିଲା । ଏହି ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ଜଣା ପଡିଛି । ତେବେ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭକରିଛି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ହେଲା ସେ ନେଇ ପୋଲିସ ଯାଂଚ କରୁଛି । ତେବେ ଟ୍ରକ ଓଲଟିବା ବେଳେ ଆଖପାଖ ଦେଇ କୌଣସି ଗାଡି ଯାତାୟତ କରୁନଥିବା ଯୋଗୁଁ ବଡ ଦୁର୍ଘଟଣା ହେବାରୁ ବର୍ତ୍ତି ଯାଇଛି ।

Advertisement

Leave a Reply

Your email address will not be published. Required fields are marked *