Pratidin TV

Odisha's Digital News Platform

ବାପାଙ୍କ ରାସଲୀଲା ଧରାପକାଇ ଦେଲେ ଦୁଇ ପୁଅ

1 min read

କଟକ : ସ୍ତ୍ରୀ ମରିବାର ଦିନ କେଇଟା ନ ପୁରୁଣୁ ସ୍ଵାମୀର ରାସଲୀଳା । ରାସ୍ତା କଡ଼ରେ ମହିଳା ସହ ଗପୁଥିବା ବେଳେ ରସିକିଆ ବାପା କୁ ଧରିଲେ ଦୁଇ ପୁଅ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ କ୍ୟାଣ୍ଟନମେଣ୍ଟ ଥାନା ଅଧିନ ବାରବାଟି ଦୁର୍ଗ ମଧ୍ୟରେ ଥିବା ରାସ୍ତା କଡ଼ରେ । ପ୍ରଥମ ସ୍ତ୍ରୀ ଯିବାର ୨୮ ଦିନ ବି ବିତିନି ହେଲେ ସ୍ବାମୀ ଆଉ ଗୋଟେ ମହିଳା ସହ କରୁଥିଲେ ରାସଲୀଳା।

ବାପାଙ୍କୁ ଫଲୋ କରି କରି ଶେଷରେ ବାପାଙ୍କୁ ରଙ୍ଗେହାତ ଧରିଥିଲେ ଦୁଇପୁଅ । ଆଉ ସଙ୍ଗେ ସଙ୍ଗେ ପିସିଆର୍ କୁ ଯୋଗାଯୋଗ କରିଥିଲେ । ପିସିଆର୍ ଆସିବା ପରେ ମହିଳା ଜଣଙ୍କ ପାଲଟା ଅଭିଯୋଗ ଆଣିଥିଲେ ଦୁଇପୁଅ ଙ୍କ ନାଁ’ରେ । କହିଥିଲେ ଦୁଇପୁଅ ମତେ ମାଡ଼ ମାରିଥିଲେ ଏବଂ ମୋ ଗାଡ଼ି ଚାବି ଛଡ଼ାଇ ନେଇଛନ୍ତି । ତେବେ ମହିଳା ଜଣଙ୍କ ଘର କଟକ ସିଡିଏ-୯ ବୋଲି ଜଣାପଡ଼ିଛି । ଏବଂ ଏହି ଘଟଣାର ପୁରା କାହାଣୀ ବଖାଣିଛନ୍ତି ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶି ଦେବେନ୍ଦ୍ର ବେହେରା ।

ଅନ୍ୟପଟେ ରସିକିଆ ବାପା ବୁଲେଟ୍ ଧରି ଫେରାର ମାରିଥିବା ବେଳେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଦୁଇପୁଅ ଓ ମହିଳାଙ୍କୁ ନେଇ ଥାନାରେ ଅଧିକ ପଚାରଉଚରା କରୁଛି । ଏପଟେ ଥାନା କିମ୍ବା ଘର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *