Pratidin TV

Odisha's Digital News Platform

କ୍ରିକେଟ ଖେଳରୁ ତୁମୁଳ କାଣ୍ଡ ; ମ୍ୟାଚ୍ ଚାଲିଥିବା ବେଳେ ଅମ୍ପାୟାରକୁ ହତ୍ୟା …

କଟକ : ଝିମିଟି/ଜୁଆ ଖେଳରୁ ମହାଭାରତ ଭଳି ଆଜି କ୍ରିକେଟ ଖେଳରୁ ଘଟିଛି ତୁମୁଳ କାଣ୍ଡ । ଯେଉଂଥିରେ ବଳି ପଡିଛି ଜଣେ ନିରୀହ । ଆଜି କଟକ ଜିଲ୍ଲା ଚୌଦାର ଥାନା ନ୍ତର୍ଗତ ମହିଁସାଲଣ୍ଡା ପଞ୍ଚାୟତରେ ଏଭଳି ଘଟଣା ଘଟିଛି। କ୍ରିକେଟ ଟୁନାମେଣ୍ଟ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା। ଛୁରା ମାଡ଼ରେ ଅମ୍ପାୟର ହୋଇଥିବା ଯୁବକ ମୃତ। ତେବେ ମୃତ ଯୁବକ ଜଣକ ମହିଂସାଲଣ୍ଡା ଗ୍ରାମର ଲକି ରାଉତ(୨୨) ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ଚୌଦାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉକ୍ତ ସ୍ଥାନରେ ଉତ୍ତେଜନା ଦେଖାଦେଇଛି ।

ଖବର ଅନୁ୍‌ଯାୟୀ ଆଜି ମହିଁସାଲଣ୍ଡା ପଞ୍ଚାୟତରେ ଆଜି କ୍ରିକେଟ ଟୁନାମେଣ୍ଟ ଚାଲୁଥିବା ବେଳେ ଦୁଇଟି ଟିମ୍ ଭିତରେ ଗଣ୍ଡଗୋଳ ଘଟିଥିଲା। ମହିଁସାଲଣ୍ଡା ଗାଁର ପିଲାମାନେ ଏହି ଖେଳ ଆୟୋଜନ କରିଥିଲେ। ଆଜି ବ୍ରହ୍ମପୁର ଓ ଶଙ୍କରପୁର ଟିମ୍ ମଧ୍ୟରେ ମ୍ୟାଚ୍ ଖେଳା ଯାଉଥିଲା। ଦର୍ଶକମାନେ ଖେଳ ଦେଖିବାକୁ ଉପସ୍ଥିତ ଥିଲେ।

ଖେଳ ଚାଲୁଥିବା ସମୟରେ ଅମ୍ପାୟାର ଭୁଲ ନିଷ୍ପତ୍ତି ଦେଇଥିବା ଅଭିଯୋଗ ପରେ ଗଣ୍ଡଗୋଳ ହୋଇଥିଲା। ଅମ୍ପାୟର ହୋଇଥିବା ଲକି ଭୁଲ ନିଷ୍ପତ୍ତି ଦେଇଥିବା ନେଇ ଡାଳିଯୋଡ଼ା ବ୍ରହ୍ମପୁର ଗ୍ରାମର ଯୁବକ ସ୍ମୁଟିରଞ୍ଜନ( ମୁନା )ରାଉତ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଲକି ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାକୁ କଟକ ବଡ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Leave a Reply

Your email address will not be published. Required fields are marked *